ଅଜିଠୁ ଶୀତ କମିବ, ୧୬ ତାରିଖରୁ ପୁଣି ବଢିବ

ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି। ୧୦୦ ମିଟର ଆଗକୁ ରାସ୍ତା ଦେଖାଯାଉନି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗଞ୍ଜାମ, ଗଜପତି, କଳାହାଣ୍ଡି ସମେତ ୬ ଜିଲାକୁ କୁହୁଡ଼ି ପାଇଁ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ଗତ କିଛିଦିନ ହେଲା ଶୀତ ଲହରି ଜାରି ରହିଛି। ୧୦ ସହରରେ ପାରଦ ୧୦ ଡିଗ୍ରୀ ଓ ଏହା ତଳେ ରହିଛି। ତେବେ ରବିବାରଠାରୁ ଶୀତ କମିବ ଓ ୧୬ ତାରିଖରୁ ପୁଣି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି |