ଆସନ୍ତା ଦୁଇଦିନ ଧରି ରାଜ୍ୟର ବର୍ଷା ହେବା ନେଇ ସୂଚନା

ଆସନ୍ତା ଦୁଇଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଗୁରୁବାର ଓ ଶୁକ୍ରବାର ପୁରୀ, ଗଞ୍ଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତ ଅନୁଭୂତ ହେବ ଏବେ ରାଜ୍ୟରେ ଧୀରେଧୀରେ ଶୀତ ପଡ଼ିବା ଆରମ୍ଭ ହୋଇଥିବା ବେଳେ କିଛିଦିନ ପରେ ଅଧିକ ଶୀତ ଅନୁଭୂତ ହେବ । ଶୀତଋତୁ ଯୋଗୁ ବିଭିନ୍ନ ଅଞ୍ଚଳରେ ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି।  ରାଜ୍ୟରେ ୧୫ ସହରର ତାପମାତ୍ରା ୨୦ ଡିଗ୍ରି ତଳେ ରହିଛି। ଫୁଲବାଣୀରେ ସବୁଠୁ କମ୍ ୧୬ ଡିଗ୍ରି ତାପମାତ୍ରା ରେକର୍ଡ଼ ହୋଇଛି।