ରାଜ୍ୟରେ ଚିନ୍ତା ବଢ଼ାଉଛି ଶୀତ ଦିନିଆ ବର୍ଷା

ରାଜ୍ୟରେ ଚିନ୍ତା ବଢ଼ାଉଛି ଶୀତ ଦିନିଆ ବର୍ଷା । ଏହାରି ଭିତରେ ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ରାଜ୍ୟରେ ବର୍ଷା କରାଉଛି । ଆଜି ମଧ୍ୟ ରାଜ୍ୟରେ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଜି ୮ଟି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।