ଓଡ଼ିଶାକୁ ବର୍ଷା ବିପତ୍ତି , 26 ରେ ଆଉ ଏକ ଘୂର୍ଣ୍ଣିବଳୟ

ଦୁଇଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିବ ବର୍ଷା  ।  ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ  ।   ଲଘୁଚାପ ଆନ୍ଧ୍ର ଓ ତାମିଲନାଡୁ ମୁହାଁଉଛି । ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିଲେ ବି ଆଜି ଓ କାଲି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ  ।

ଆଜି ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଖୋର୍ଦ୍ଧା, ପୁରୀ, ବାଲେଶ୍ବର, ବୌଦ୍ଧ, ଯାଜପୁର, କଟକ, ନୟାଗଡ, କନ୍ଧମାଳ, କଳାହାଣ୍ଡି, ମାଲକାନଗିରିରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି   । ସେହିପରି ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ  ।  ଏହାର ପ୍ରଭାବ ଓଡିଶା ଉପରେ କେତେ ରହିବ ତାର ସ୍ପଷ୍ଟ ଚିତ୍ର ଆସିନାହିଁ  ।