ମେ ମାସ ଶେଷ ସପ୍ତାହ ସୁଦ୍ଧା ଉପକୂଳ ଛୁଇଁବ ମୌସୁମୀ

ଦେଶରେ ଏପ୍ରିଲର ଭୀଷଣ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କେତେକ ସ୍ଥାନର ତାପମାତ୍ରା ଇତିମଧ୍ୟରେ ୪୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଗଲାଣି, ଏଥିରେ ନୂଆ ଜଳବାୟୁ ମଡେଲରୁ କିଛି ଭଲ ଖବର ଆସୁଛି। ଏବେକା ମଡେଲ ପୂର୍ବାନୁମାନ ଅନୁସାରେ ଦେଶକୁ ଏ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ ପହଞ୍ଚି ପାରେ ଓ ମେ ମାସ ଶେଷ ସପ୍ତାହ ସୁଦ୍ଧା ଉପକୂଳ ଛୁଇଁପାରେ। ଗୋଟିଏ ପଟେ ଦେଶର ରାଜଧାନୀ ଓ ମଧ୍ୟଭାରତ ଭୀଷଣ ଗରମରେ ସନ୍ତୁଳି ହେଉଥିବା ବେଳେ ନୂଆ ପୂର୍ବାନୁମାନ ଅନୁକୂଳ ବାୟୁମଣ୍ଡଳୀୟ କାରକର ସଂକେତ ଦେଉଛି, ଯାହା ପାଣିପାଗ ପରିବର୍ତ୍ତନ ସହ ଜଡିତ।

ମୌସୁମୀର ପ୍ରବେଶ ଦ୍ୱାର ଆଣ୍ଡାମାନ
ମୌସୁମୀର ପ୍ରାରମ୍ଭ ସାଧାରଣତଃ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରୁ ହୋଇଥାଏ ଓ ଏ ବର୍ଷ ମଧ୍ୟ ଏହା ହିଁ ହେବ। କାରଣ ଆଗାମୀ ପାଣିପାଗ ପ୍ରାରମ୍ଭର ସଂକେତ ମିଳିଲାଣି। ଉପ ମୌସୁମୀ ପୂର୍ବାନୁମାନ ୬ ଦିନିଆ ଅବଧିର ସଂକେତ ଦିଏ, ଯାହା ମଧ୍ୟରେ ମୌସୁମୀ ଏହି କ୍ଷେତ୍ରକୁ ବଢିବ। ଅର୍ଥାତ ଏହା ୧୮ ମେରୁ ୨୫ ମେ ମଧ୍ୟରେ ଏହି କ୍ଷେତ୍ରକୁ ପହଞ୍ଚିବ। ଏଥି ପାଇଁ ଦକ୍ଷିଣ ବଙ୍ଗୋପସାଗରରେ ଅନୁକୂଳ ବାୟୁମଣ୍ଡଳୀୟ ପାଗ ପ୍ରସ୍ତୁତ ହେଲାଣି। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ପୂର୍ବନୁମାନ ଅବଧି କାଳରେ ଆଣ୍ଡାମାନ ନିକୋବର ଦ୍ୱୀପରେ ୩୦-୬୦ ମିଲିମିଟରରୁ ଅଧିକ ବର୍ଷା ହୋଇ ପାରେ। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଏହି କ୍ଷେତ୍ରରେ ଉଷ୍ମ କଟିବନ୍ଧିୟ ପ୍ରଣାଳୀ ବିକଶିତ ହେବାର ସମ୍ଭାବନା ପାଖାପାଖି ୨୦-୪୦% ରହିଛି। ଏହି ପ୍ରଣାଳୀ କ୍ଷେତ୍ର ଆଡକୁ ଅତିରିକ୍ତ ଜଳକଣା ଆକର୍ଷିତ କରୁଥିବା ‘ବୁଷ୍ଟର’ ରୂପେ କାର୍ଯ୍ୟ କରିବ।

କେରଳକୁ ଶୀଘ୍ର ଆସିବ ମୌସୁମୀ
ମେ ମାସ ଶେଷ ସପ୍ତାହ (୨୫ ମେରୁ ୧ ଜୁନ) ସୁଦ୍ଧା ଆଶା କରାଯାଉଛି ମୌସୁମୀର ଗତିବିଦ୍ଧି ଦକ୍ଷିଣ-ପଶ୍ଚିମ ଉପକୂଳ ଭାରତ ଆଡକୁ ଦ୍ରୁତ ଅଗ୍ରସର ହେବ। ଦକ୍ଷିଣ-ପୂର୍ବ ଆରବ ସାଗରରେ ତୀବ୍ର ପଶ୍ଚିମା ପବନ ବହିବା ଯୋଗୁ କେରଳ ଓ ଦକ୍ଷିଣ ତାମିଲନାଡୁ କ୍ଷେତ୍ରରେ ଉଚ୍ଚସ୍ତରର ଆର୍ଦ୍ଦତା ପହଞ୍ଚିବାରେ ଲାଗିବ। ଯଦି ଏପରି ହୁଏ ତେବେ କେରଳକୁ ମୌସୁମୀର ଆଗମନ ଯାହା ସ୍ୱଭାବିକ ଜୁନ ୧ ବେଳକୁ ହୋଇଥାଏ ତାହା ୬ଦିନ ଆଗୁଆ ଅର୍ଥାତ ମେ ୨୫ ତାରିଖ ସୁଦ୍ଧା ପହଞ୍ଚି ଯାଇପାରେ।

ଶୀଘ୍ର ମୌସୁମୀ ଆଗମନର କାରକ
ମୌସୁମୀ ଗତିବିଦ୍ଧିର ଶୀଘ୍ର ଆରମ୍ଭ ହୀନ୍ଦ ମହାସାଗରରେ ଅନୁକୂଳ ପରିସ୍ଥିତି ସହିତ ଏବେ ଅନ୍ତର୍ଦେଶୀୟ କ୍ଷେତ୍ରରେ ଉଚ୍ଚ ତାପମାତ୍ରା ଉପସ୍ଥି କାରଣରୁ ହୋଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ଏକ ଆଦର୍ଶ ହୀନ୍ଦ ମହାସାଗର ଦ୍ୱିଧ୍ରୁବ (ଉଷ୍ମ ପଶ୍ଚିମ ହୀନ୍ଦ ମହାସାଗର) ର ଅର୍ଥ ମୌସୁମୀ ଗତିବିଦ୍ଧି ବୃଦ୍ଧି ହେବା। ଏହାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଲ ନିନୋ ଯାହା ଗତବର୍ଷ ମୌସୁମୀରେ ବାଧା ସୃଷ୍ଟି କରିଥିଲା ତାହା ଏଥର ନ୍ୟୁଟ୍ରଲ (ନିରପେକ୍ଷ) ରହିବ। ସେହିପରି ଭାରତର ଉତ୍ତର ଓ ମଧ୍ୟ ଭାଗରେ ଉଚ୍ଚ ଭୂ-ତାପମାନ କାରଣରୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ, ଯାହା ଜଳକଣା ପୂର୍ଣ୍ଣ ପବନକୁ ପୂର୍ବରୁ ଆକର୍ଷିତ କରିପାରେ।

Leave a comment