ଉପକୂଳରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ପଶ୍ଚିମଓଡ଼ିଶାରେ ହେଉଛି ନିଆଁ ବର୍ଷା
ସକାଳେ ଖରା, ଅପରାହ୍ଣରେ କାଳବୈଶାଖୀ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ପଶ୍ଚିମଓଡ଼ିଶାରେ ହେଉଛି ନିଆଁ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆଜି ମଧ୍ୟ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କାଳବୈଶାଖୀ ବର୍ଷା ପାଇଁ ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ଟାଣ ଖରା ଅନୁଭୂତ ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୌଦ୍ଧରେ ଆଜି ୪୧ ଡିଗ୍ରୀ ଛୁଇଁପାରେ ପାରଦ । ସେହିପରି ସୋନପୁର, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଆଦି ଜିଲ୍ଲାରେ ୪୦ ଡିଗ୍ରୀ ତାତି ଅନୁଭୂତ ହୋଇପାରେ । ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଏଥର ଦେଶରେ ସ୍ବାଭାବିକ ବର୍ଷା ହେବ । ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରାଯାଇଛି । ଚଳିତ ବର୍ଷ ମୌସୁମୀ ଋତୁରେ ଅଧିକ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେହିପରି ଓଡ଼ିଶାରେ ସ୍ବାଭାବିକ ରହିବ ମୌସୁମୀ, ବର୍ଷା ହେବ । ଜୁନ ମାସରେ ସ୍ୱାଭାବିକଠାରୁ ଅଧିକ ରହିବ ମୌସୁମୀ ବର୍ଷା ।