ଆଜି ବର୍ଷା ପାଇଁ ପୂରା ଓଡ଼ିଶାକୁ ଆଲର୍ଟ ଜାରି , ୨୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଆସୁଛି ବଡ଼ ବର୍ଷା । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ । ଝଟକା ପବନ ମଧ୍ୟ ଲାଗି ରହିବ । ଆଜି ବର୍ଷା ପାଇଁ ପୂରା ଓଡ଼ିଶାକୁ ଆଲର୍ଟ ଜାରି । ୨୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ୨୩ ଜିଲ୍ଲା ମଧ୍ୟରୁ କେନ୍ଦୁଝର, କନ୍ଧମାଳ ଏବଂ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିଛି କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଝଟକା ପବନ ମଧ୍ୟ ଅନୁଭୂତ ହେବ।

ସେହିପରି ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ପୂରା ଓଡ଼ିଶାକୁ ମୌସୁମୀ ଜନିତ ବର୍ଷା ଚେତାବନୀ ଜାରି କରାଯାଇଛି । ୩୦ ଓ ୧ ତାରିଖ ଦିନ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆଜି ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଏନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।

 

Leave a comment