ରାଜଧାନୀରେ ସକାଳୁ ସକାଳୁ ପ୍ରବଳ କୁହୁଡ଼ି
ସକାଳୁ ସକାଳୁ ପ୍ରବଳ କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ପାଇଁ ଯାତାୟାତରେ ସମସ୍ୟା ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ପାଇଁ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସକାଳ ସାଢେ ୮ଟା ସୁଦ୍ଧା ଘନ କୁହୁଡି ପାଇଁ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହୋଇପାରିବ ନାହିଁ ବୋଲି ସତର୍କ କରାଇଥିଲା ପାଣିପାଗ ବିଭାଗ ।