ବାତ୍ୟା ପାଇଁ ସମସ୍ତ ଜିଲ୍ଲାପାଳ ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀଙ୍କ ଛୁଟି ବାତିଲ

ବାତ୍ୟା ପାଇଁ ସମସ୍ତ ଜିଲ୍ଲାପାଳ ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀଙ୍କ ଛୁଟି ବାତିଲ। ତୁରନ୍ତ ମୁଖ୍ୟାଳୟକୁ ଫେରିବାକୁ ନିର୍ଦ୍ଦେଶ, ପ୍ରଶାସନିକ ପ୍ରସ୍ତୁତି ଉପରେ ଗୁରୁତ୍ୱ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଶାସନିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ସମସ୍ତଙ୍କୁ ଯଥାଶୀଘ୍ର ନିଜ ନିଜ ମୁଖ୍ୟାଳୟକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଏହି ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବାତ୍ୟାଜନିତ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନକୁ ସର୍ବଦା ପ୍ରସ୍ତୁତ ରଖିବା ଆବଶ୍ୟକ।

ବାତ୍ୟା ପାଇଁ ଚିଲିକାରେ ୪ ଦିନ ଚାଲିବନି ଡ଼ଙ୍ଗା। ଭାସିବନି ଭଷାପୋଲ। ଯାତ୍ରୀ ବାହି ମାଲ ବାହି ଡ଼ଙ୍ଗା ବି ବନ୍ଦ। ବାତ୍ୟା ଅର୍ଣ୍ଣବ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ । ୨୬ ତାରିଖ ରୁ ୨୯ ତାରିଖ  ଅର୍ଥାତ ୪ ଦିନ ପର୍ଯ୍ୟନ୍ତ ଚିଲିକାରେ ବନ୍ଦ ରହିବ ସମସ୍ତ ପ୍ରକାର ପରିବହନ ବ୍ୟବସ୍ଥା। ପର୍ଯ୍ୟଟକଙ୍କୁ ନେବା ଆଣିବା କରୁଥିବା ଡ଼ଙ୍ଗା ବି ବନ୍ଦ ରହିବ।

ବାତ୍ୟା ପାଇଁ କେନ୍ଦ୍ରାପଡାରେ ଆର୍ଲଟ। ତ୍ୱରଣ ଖୋଲିବାକୁ ମାଇକ ଯୋଗେ ପ୍ରଚାର କଲା ପ୍ରଶାସନ। ବାତ୍ୟା ଅର୍ଣ୍ଣବ୍ କୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର। ଆଗକୁ ଗଜଲକ୍ଷ୍ମୀ ପୁଜା ଥିବାରୁ କେନ୍ଦ୍ରାପଡ଼ା ସହରରେ ବଡ଼ ତ୍ୱରଣ ଓ ସାଜ ସଜ୍ଜା ହୋଇଛି। ବାତ୍ୟା ହେଲେ ଧନ ଜୀଵନ ଖେୟ କ୍ଷତି ହେବାର ସମ୍ଭାବନା ଅଛି । ଏଣୁ ତ୍ଵରଣକୁ ଖୋଲିବାକୁ ମାଇକ ଯୋଗେ ପ୍ରସାଶନ ପ୍ରଚାର କରିଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ପ୍ରତ୍ୟକ ବ୍ୟକ୍ତି ବାତ୍ୟାକୁ ନେଇ ସଚେତନ ରହିବା ସହିତ ଭୟଭୀତ ନହେବା ପାଇଁ ଜିଲ୍ଲାପାଳ ଆହ୍ବାନ ଜଣାଇଛନ୍ତି। ଆଜି ଜିଲ୍ଲାପାଳ ଜେ ସୋନାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a comment