ଦିନରେ ଖରା, ରାତିରେ ଶୀତ, ଭୋରରୁ କୁହୁଡ଼ି,ଟ୍ବିନସିଟିରେ ଘନ କୁହୁଡ଼ିର ଆସ୍ତରଣ

ଦିନରେ ଖରା, ରାତିରେ ଶୀତ, ଭୋରରୁ କୁହୁଡ଼ି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନ ସହ ଟ୍ବିନସିଟିରେ ଘନ କୁହୁଡ଼ିର ଆସ୍ତରଣ। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି । ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି। ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ଆକଳନ କରାଯାଇଛି ।

ଏହି ସମୟରେ ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା ୧୫ ଡିଗ୍ରୀ ସହ ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୪ ଡିଗ୍ରୀ ରହିପାରେ। କିନ୍ତୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୮ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ । ରାଜ୍ୟକୁ ଏବେ କିଛି ମାତ୍ରାରେ ଜଳୀୟବାଷ୍ଣପୂର୍ଣ୍ଣ ବାୟୁର ପ୍ରବାହ ହେତୁ କୁହୁଡ଼ି ସ୍ଥିତି ଜାରି ରହିଛି। ଆଗାମୀ କିଛି ଦିନ ସକାଳ ସମୟରେ ଏଭଳି ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Leave a comment