ଆଜି ସକାଳୁ ରାଜଧାନୀ ଭୁବନେଶ୍ବରରେ ଆଚ୍ଛାଦିତ ହୋଇ ରହିଛି ଘନ କୁହୁଡ଼ି
ଆଜି ସକାଳୁ ରାଜଧାନୀ ଭୁବନେଶ୍ବରରେ ଆଚ୍ଛାଦିତ ହୋଇ ରହିଛି ଘନ କୁହୁଡ଼ି । ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଦୀର୍ଘ ସମୟ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜି ଥିବା ବେଳେ ବିମାନ ଚଳାଚଳରେ ମଧ୍ୟ ବ୍ୟାହତ ସୃଷ୍ଟି ହୋଇଛି।
ଦୃଶ୍ୟମାନ ଦୂରତା ଖୁବ୍ କମ୍ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ ରହିଛି। ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି ହିଁ କୁହୁଡ଼ି। ଘନ କୁହୁଡି ଯୋଗୁ ରାସ୍ତାଘାଟ ଦେଖାଯାଉନାହିଁ। ୫୦ ମିଟର ଦୂରରୁ କିଛି ଦେଖି ହେଉନାହିଁ। ସ୍ଥାନେ ସ୍ଥାନେ ମୁହଁକୁ ମୁହଁ ବି ଚିହ୍ନି ହେଉନି। ଘନ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରିକି ସକାଳୁ ସକାଳୁ ଲୋକେ ଗାଡିରେ ଲାଇଟ ଲଗାଇ ଯିବାରେ ମଧ୍ୟ ଅସୁବିଧା ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।ସେପଟେ ଘନ କୁହୁଡ଼ି ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ସୂଚନା ମିଳିଛି। ଭୁବନେଶ୍ବରରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁ ଅଭିମୁଖେ ଯାତାୟତ କରୁଥିବା ବିମାନ ଯଥା ସମୟରେ ଉଡ଼ାଣ ଆରମ୍ଭ କରିପାରିନାହିଁ। ବିମାନବନ୍ଦର ଅଂଚଳରେ ମାତ୍ର ୮୦ ମିଟର ଯାଏଁ ଭିଜିବିଲିଟି ଥିବାରୁ ବିମାନ ଚଳାଚଳ ବିଳମ୍ବିତ ହେଉଛି । ସେପଟେ ଘନ କୁହୁଡ଼ି ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ସୂଚନା ମିଳିଛି। ଭୁବନେଶ୍ବରରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁ ଅଭିମୁଖେ ଯାତାୟତ କରୁଥିବା ବିମାନ ଯଥା ସମୟରେ ଉଡ଼ାଣ ଆରମ୍ଭ କରିପାରିନାହିଁ। ବିମାନବନ୍ଦର ଅଂଚଳରେ ମାତ୍ର ୮୦ ମିଟର ଯାଏଁ ଭିଜିବିଲିଟି ଥିବାରୁ ବିମାନ ଚଳାଚଳ ବିଳମ୍ବିତ ହେଉଛି ।