ପାରାଦୀପ ଠାରୁ ୧୫୦ କି.ମି ଦୂରରେ ବାତ୍ୟା ଦାନା
ପାରାଦୀପ ଠାରୁ 150 କି.ମି ଦୂରରେ ବାତ୍ୟା ଦାନା । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ଗତ ୬ ଘଣ୍ଟାରେ ୧୦ କି.ମି ବେଗରେ ଗତି କରୁଛି । ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କି.ମି ଦୂରରେ ବାତ୍ୟା । ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୧୮୦ କିମି ଦୂରରେ ଅବସ୍ଥିତି । ସାଗର ଦ୍ବୀପର ଦକ୍ଷିଣକୁ ୨୫୦ କି.ମି ଦୂରରେ ରହିଛି । ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା । ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ୍ ଆକଳନ ହୋଇଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବା ନେି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।