ସିକିମ୍‌ରେ ବାଦଲ ଫଟା ବର୍ଷା : ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଯୋଗୁଁ ୨୩ ଯବାନ ନିଖୋଜ

Cloudburst In Sikkim Triggers Flash Floods, 23 Soldiers Missing

 

ଗାଙ୍ଗଟକ: ବାଦଲ ଫଟା ବର୍ଷା ପାଇଁ  ସିକିମ୍‌ରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ହେବା ଯୋଗୁଁ ତୀସ୍ତା ନଦୀରେ  ବନ୍ୟା ଆସି ସେନାର ପ୍ରାୟ ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ପ୍ରତିରକ୍ଷା ବିଭାଗସୂତ୍ରରୁ ପ୍ରକାଶ । ନିଖୋଜ ଯବାନଙ୍କ ସନ୍ଧାନ ନେବା ପାଇଁ ବ୍ୟାପକ ତଲାସ ଆରମ୍ଭ ହୋଇଛି । ଲାଚେନ୍‌ ଉପତ୍ୟକାରେ ଅଧିକ କ୍ଷୟକ୍ଷତି ଘଟିଛି ।  ଚୁଙ୍ଗ୍‌ଥାଙ୍ଗ୍‌ ଜଳଭଣ୍ଡାରରୁ ଛଡ଼ା ଯାଇଥିବା ଜଳ ଯୋଗୁଁ ହଠାତ୍‌ ତଳମୁଣ୍ଡର ଜଳସ୍ତର ୧୫ରୁ ୨୦ ଫୁଟ୍‌ ପର୍ଯ୍ୟନ୍ତ ବଢ଼ିଯାଇଥିବାରୁ ଏଭଳି ଅଘଟଣ ଘଟିଛି ।  ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା ଏବଂ କେତେକ ଗାଡ଼ି କାଦୁଅରେ ପୋତି ହୋଇପଡ଼ିଥିବା ଆଶଙ୍କା ପ୍ରକାଶ ପାଇଛି ।