ଚଳିତ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ହାର ୬.୩%କୁ ବୃଦ୍ଧି ପାଇବ ବୋଲି ମଙ୍ଗଳବାର ବିଶ୍ବ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ୨୦୨୩ ଅକ୍ଟୋବର ପାଇଁ ଏହାର ‘ଇଣ୍ଡିଆ ଡେଭଲପମେଣ୍ଟ ଅପ୍ଡେଟ୍’ରେ ଏହି ଅନୁଷ୍ଠାନ ଦେଶ ପାଇଁ ଅଭିବୃଦ୍ଧି ପୂର୍ବାନୁମାନ ବଜାୟ ରଖିଛି, ଯାହା ପୂର୍ବରୁ ୨୦୨୩ ଏପ୍ରିଲରେ ଏହାକୁ ୬.୬%ରୁ ହ୍ରାସ କରିଥିଲା୬.୬%ରୁ ହ୍ରାସ କରିଥିଲା। ଅପରପକ୍ଷରେ ବିଶ୍ୱବ୍ୟାଙ୍କର କହିବା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ୬.୪% ଏବଂ ୨୦୨୫-୨୬ରେ ଦେଶର ଜିଡିପି ୬.୫%କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ଏହା ଭାରତର ମୁଦ୍ରାସ୍ଫୀତି ଆକଳନକୁ ଏପ୍ରିଲରେ ୫.୨ରୁ ୫.୯%କୁ ବୃଦ୍ଧି କରିଛି। ୨୦୨୪-୨୫ ବର୍ଷ ପାଇଁ ମୁଦ୍ରାସ୍ଫୀତି ୪.୭%କୁ ଧାର୍ଯ୍ୟ କରାଯାଇଥିବାବେଳେ ୨୦୨୫-୨୬ ରେ ଏହା ୪.୧% ହେବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ଦେଶରେ ବଢ଼ୁଥିବା ନିବେଶ ଯୋଗୁ ବିକାଶ ହାର ଏଭଳି ରହିପାରେ। କିନ୍ତୁ ବିଶ୍ବବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଦର ବୃଦ୍ଧି ହାର ଆକଳନରେ ବୃଦ୍ଧି କରିଛନ୍ତି। ବିଶ୍ବ ବ୍ୟାଙ୍କର କହିବା ଅନୁଯାୟୀ ୨୦୨୩-୨୪ରେ ମୁଦ୍ରାସ୍ଫୀତିର ଦରବୃଦ୍ଧି ୫.୯% ରହିପାରେ ବୋଲି ଆଶା କରାଯାଇଛି। ଯେତେବେଳେ କି ପୂର୍ବରୁ ବିଶ୍ବ ବ୍ୟାଙ୍କ୍ ଚଳିତ ଆର୍ଥିକ ବର୍ଷ ପାଇଁ ଦରବୃଦ୍ଧିି ହାର ୫.୨% ମଧ୍ୟରେ ରହିବା ନେଇ ଅନୁମାନ କରିଥିଲା, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ଆକଳନ ୬% ନିକଟବର୍ତ୍ତୀ ବୋଲି କୁହାଯାଉଛି। ଅପରପକ୍ଷରେ ବିଶ୍ବ ବ୍ୟାଙ୍କ୍ କହିଛି, ଚଳିତ ବର୍ଷ ମୌସୁମୀ (୨୦୨୩ ଜୁଲାଇ) ସମୟରେ ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢ଼ିଥିଲା। ଅବଶ୍ୟ ୨୦୨୩ ଅଗଷ୍ଟରେ ଖାଦ୍ୟଦ୍ରବ୍ୟର ମୂଲ୍ୟ କମିଥିଲା, କିନ୍ତୁ ଏହାର ପ୍ରଭାବ ଆର୍ଥିକ ବର୍ଷର ଅନ୍ୟ ସମୟରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ