ଟୁଇନସିଟରେ କୁହୁଡିର ଛାୟା , ଯାନବାହାନ ଚଳାଚଳରେ ବାଧା ପ୍ରାପ୍ତି
ମେଟ୍ରୋ ଟିଭି ଓଡିଶା (୩ .୩ .୨୦୨୨) :
ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଫଳରେ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଚି ହୋଇଥିଲା । ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନ ତଥା କଟକ, ଭୁବନେଶ୍ୱର, ପୁରୀ ଆଦି ଅଞ୍ଚଳରେ ଘନ କୁହୁଡି ଥିବାରୁ କମ୍ ଦୃଶ୍ୟମାନ ହେଉଥିଲା । ଯାହା ଦ୍ୱାରା ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା।

ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ଏବଂ ରାତିର ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ । ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଶୁଖିଲା ପାଣିପାଗ ରହିବ ।

ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରାରେ ପରିବର୍ତ୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।