ବିଶ୍ବ ବ୍ୟାଡ୍‌ମିଣ୍ଟନ ପ୍ରିକ୍ବାର୍ଟରରେ ସାଇନା

ଟୋକିଓଠାରେ ଖେଳୁଥିବା ତାରକା ସାଇନା ନେହୱାଲ ବିଶ୍ବ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମହିଳା ଏକକରେ ସାଇନା ସିଧାସଳଖ ୨୧-୧୯, ୨୧-୯ରେ ହଂକଂର ଚିଉଙ୍ଗ ଗାନ୍‌ ୟିଙ୍କୁ ପରାସ୍ତ କରିଥିଲେ।

ଏହି ମ୍ୟାଚ୍‌ ଜିତିବାକୁ ସାଇନାଙ୍କୁ ମାତ୍ର ୩୮ ମିନିଟ୍‌ ଲାଗିଥିଲା। ତାଙ୍କ ଦ୍ବିତୀୟ ରାଉଣ୍ଡ ପ୍ରତିଦ୍ବନ୍ଦ୍ବୀ ନାଜୋମି ଓକୁହରା ଆହତ ଯୋଗୁଁ ଓହରିଯିବାରୁ ୩୨ ବର୍ଷୀୟା ସାଇନା ‘ବାଇ’ ପାଇ ପ୍ରିକ୍ବାର୍ଟର ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି। ପ୍ରି କ୍ବାଟରରେ ଜିତିବା ପାଇଁ ସାଇନା କହିଛନ୍ତି ।