ବଲିଉଡ଼ ଅଭିନେତ୍ରୀ ରମ୍ଭାଙ୍କ କାର୍ ଦୁର୍ଘଟଣା, ଝିଅ ସାମାନ୍ୟ ଆହତ

ଲୋକପ୍ରିୟ ଅଭିନେତ୍ରୀ ରମ୍ଭା ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ସଡ଼କ ଦୁର୍ଘଟ‌ଣାରେ ତାଙ୍କ ଝିଅ ସାମାନ୍ୟ ଆହତ ହୋଇ ଥିବା ବେଳେ ତାଙ୍କ ଗାଡ଼ି ଭାଙ୍ଗି ରୁଜି ଚୁର୍‌ମାର ହୋଇଛି। ସେ ଏବେ ତାଙ୍କ ଝିଅକୁ ହସ୍ପିଟାଲ୍‌ ନେଇ ଭର୍ତ୍ତି କରାଇ ପ୍ରଶଂସକଙ୍କୁ ନିଜ ଝିଅର ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ ‌ନିବେଦନ କରିଛନ୍ତି।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରି ପୂରା ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ ନିଜ ଝିଅକୁ ସ୍କୁଲ୍‌ରୁ ନେଇ ଫେରିବା ବାଟରେ ତାଙ୍କ କାର୍‌ ଛକରେ ଅନ୍ୟ ଏକ କାର୍‌ ସହ ପିଟି ହୋଇ ଏହି ଦୁର୍ଘଟଣା ଘଟିଥିବା ଉଲ୍ଲେଖ କରିଛନ୍ତି। କାର୍‌ରେ ସେ, ତାଙ୍କ ଝିଅ ସହ ନାନି ବି ଥିଲେ। ସେ ଲେଖିଛନ୍ତି ‌ଯେ ‘ଆମେ ସମସ୍ତେ ସୁସ୍ଥ ଅଛୁ। ହେଲେ ମୋ ଝିଅ ସାଶାକୁ ସାମାନ୍ୟ ଆଘାତ ଲାଗିଛି।

ଝିଅ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଫ୍ୟାନ୍‌ଙ୍କ ପ୍ରାର୍ଥନା ଲୋଡ଼ିଲେ । ଜୁଡଓ୍ବା’, ‘ବନ୍ଧନ’ ଏବଂ ‘ଘର ବାଲୀ ବାହାର ବାଲୀ’ ଭଳି ଫିଲ୍ମରେ ବଳିଷ୍ଠ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବଲିଉଡ଼ ଅଭିନେତ୍ରୀଙ୍କ ପାଇଁ ପ୍ରଶଂସକମାନେ ପ୍ରେ କରିଛନ୍ତି । ବହୁ ଦିନରୁ ଇଣ୍ଡଷ୍ଟ୍ରିକୁ ସେ ଅଲବିଦା କହିଥିଲେ ମଧ୍ୟ ଆଜି ବି ତାଙ୍କ ଫିଲ୍ମ ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି । କାନଡାରେ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ଗାଡ଼ିରେ ତାଙ୍କ ପିଲା ସହ ଅନ୍ୟମାନେ ବି ଥିଲେ । ଏହି ସଡ଼କ ଦୁର୍ଘଟଣାରେ ସେ ଓ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କ ପିଲା ଏବେ ଗୁରୁତର ହୋଇପଡ଼ିବା ସହ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ରମ୍ଭା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ଝିଅର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଡାକ୍ତରୀ ଦଳ ଝିଅ ସାଶାଙ୍କ ଚିକିତ୍ସା କରୁଥିବା ଦେଖାଯାଉଛନ୍ତି । ଫଟୋ ସେୟାର କରିବା ସହ ସେ ଲେଖିଛନ୍ତି କି, ସ୍କୁଲରୁ ଝିଅକୁ ଆଣିବା ପରେ ଆମ ଗାଡ଼ିକୁ ଅନ୍ୟ ଏକ କାର୍ ଧକ୍କା ଦେଇଥିଲା । କାର୍‌ରେ ଝିଅ ଓ ମୁଁ ଏବଂ ନାନୀ ଥିଲେ । ଆମେ ସବୁ ସୁରକ୍ଷିତ ଅଛୁ । ମାତ୍ର ଏହି ଦୁର୍ଘଟଣାରେ ଗୁରୁତର ହୋଇପଡ଼ିଥିବା ଶାସା ଏବେ ବି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୟା କରି ଆମ ଲାଗି ପ୍ରାର୍ଥନା କରନ୍ତୁ