ନୂତନ ସଂସଦ ଭବନ ଛାତ ଉପରେ ଅଶୋକ ସ୍ତମ୍ଭ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ନୂତନ ସଂସଦ ଭବନର ଛାତ ଉପରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଛାତ ଉପରେ ଏକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରାୟ ୯୫୦୦ କିଲୋଗ୍ରାମ ଓଜନର ଏହି ଅଶୋକ ସ୍ତମ୍ଭ ପିତ୍ତଳରେ ନିର୍ମିତ ହୋଇଛି । ଏହାର ଉଚ୍ଚତା ୬.୫ ମିଟର ରହିଛି।
ଦେଖନ୍ତୁ ପ୍ରଧାନମନ୍ତ୍ରୀ କିପରି ଅଶୋକସ୍ତମ୍ଭକୁ ଉନ୍ମୋଚନ କରୁଛନ୍ତି । ପାଖରେ ଅଛନ୍ତି ସଂସଦର ବାସସ୍ପତି ଓମ ବିରଲା । ଠିକ୍ ସମୟରେ ସଂସଦ ନିର୍ମାଣ ହୋଇଥିବା ବେଳେ ଅଶୋକସ୍ତମ୍ଭ ର କାରୀଗରଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ। ନିର୍ମାଣ ବେଳର କଥା ପଚାରିବୁଝିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଅନ୍ୟାନ୍ୟ ବିଷୟରେ ମଧ୍ୟ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ନୂତନ ସଂସଦ ଗୃହର ଛାତ ଉପରେ ଏହି ଜାତୀୟ ସଙ୍କେତର ସ୍ଥାପନ କାର୍ୟ୍ୟ ଆଠଟି ଭିନ୍ନ ପର୍ୟ୍ୟାୟରେ ଶେଷ ହୋଇଛି। ଏହା ମାଟି ମଡେଲ ତିଆରି ଠାରୁ ଆରମ୍ଭ କରି କମ୍ପ୍ୟୁଟର ଗ୍ରାଫିକ୍ସ ପ୍ରସ୍ତୁତି ଏବଂ ପିତ୍ତଳ ଚିତ୍ରଗୁଡ଼ିକର ପଲିସିଂ ପର୍ୟ୍ୟନ୍ତ ସାମିଲ ହୋଇ ବେଶ ଆକର୍ଷଣୀୟ ହୋଇଛି ।
ସେହିପରି ସଂସଦ ଭବନ ନିର୍ମାଣ ଉପରେ ଲୋକସଭା ବାଚସ୍ପତି କହିଛନ୍ତି ,ଅକ୍ଟୋବର-ନଭେମ୍ବର ୨୦୨୨ ସୁଦ୍ଧା ନୂତନ ସଂସଦ ଗୃହ ଠିକ୍ ସମୟରେ ଶେଷ ହୋଇଯିବ । ଚଳିତ ବର୍ଷ ନୂତନ ସଂସଦ ଭବନରେ ଶୀତ ଅଧିବେଶନ ଆୟୋଜନ ହେବ । ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଥିବା କହିଛନ୍ତି ବାଚସ୍ପତି ।