ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ କୋହଲି, ବୁମରା ଖେଳିବେନି
ମେଟ୍ରୋ ଟିଭି ଓଡ଼ିଶା: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଦଳର ଏଥର କୋହଲିଙ୍କୁ ବାହାରେ ରଖାଯାଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତ ନିଜ ଦଳ ଘୋଷଣା କରିଛି। ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରା ଏହି ଦଳରେ ସ୍ଥାନ ପାଇ ନ ଥିବାବେଳେ କେଏଲ ରାହୁଲ ଏବଂ କୁଲଦୀପ ଯାଦବଙ୍କୁ ଫିଟନେସ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଦଳରେ ରବିଚନ୍ଦ୍ରନ ଅଶ୍ୱିନ, ରବି ବିଷ୍ଣୋଇ ହର୍ଷଲ ପଟେଲ, ଅର୍ଶଦୀପ ସିଂ ଏବଂ ଆବେଶ ଖାନ ମଧ୍ୟ ଅଛନ୍ତି। ଭାରତୀୟ ଦଳ ଏପରି ରହିଛି ।
ରୋହିତ ଶର୍ମା (କ୍ୟାପ୍ଟେନ) ଇଶାନ କିଶାନ, କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟର୍ସ ଆୟର, ଦିନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଆକ୍ସର ପଟେଲ, ରବି ଚନ୍ଦ୍ରନ ଅଶ୍ୱିନ, ରବି ବିଷ୍ଣୋଇ, କୁଲଦୀପ ଯାଦବ,ଭୁବନେଶ୍ବର କୁମାର, ଆଭେଶ ଖାନ, ହର୍ଷଲ ପଟେଲ, ଏବଂ ଅର୍ଶଦୀପ ସିଂ।