୮ ଓ୍ବିକେଟ ହରାଇ ୧୫୯ ରନ ସଂଗ୍ରହ କରିଛି ପାକିସ୍ତାନ
ଟି -20 ବିଶ୍ବକପରେ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୫୯ ରନ ସଂଗ୍ରହ କରିଛି ପାକିସ୍ତାନ । ଭାରତକୁ ଜିତିବାକୁ ହେଲେ ୧୬୦ ରନ କରିବାକୁ ହେବ । ତେବେ ଭାରତ ମଧ୍ୟ 4 ଉଇକେଟ ହରାଇସାରିଛି । ରାହୁଲ, ରୋହିତ, ସୂର୍ଯ୍ୟକମାର , ଅକ୍ଷର ପଟେଲ ଆଉଟ ହୋଇ ଫେରିଛନ୍ତି ।
ପାକିସ୍ତାନର ଦୁଇ ଓପନର ମହମ୍ମଦ ରିଜଓ୍ବାନ ମାତ୍ର ୪ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ବାବର ଆଜମ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନଥିଲେ । ସଦାବ ଖାନ ୫ରନ, ହାଇଦର ଅଲୀ ୨ରନ, ମହମ୍ମଦ ନଓ୍ବାଜ ୯ରନ, ଆସିଫ୍ ଅଲୀ ୨ରନ, ଶାହିନ ଆଫ୍ରିଦି ୧୬ରନ କରି ଆଉଟ ହୋଇଛନ୍ତି । ସାନ୍ ମାସୁଦ ଶେଷ ପର୍ଯ୍ୟନ୍ତ ରହି ୪୨ ବଲ ଖେଳି ୫୨ ରନ କରି ଅପରାଜିତ ଥିବା ବେଳେ ହାରିସ୍ ରୌଫ୍ ୬ ରନ କରିଥିଲେ ।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୪ ଓଭର ବୋଲିଂକରି ୩୨ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ ହାର୍ଦ୍ଧିକ ପାଣ୍ଡ୍ୟା ଓଭରରେ ୩୦ରନ ଦେଇ ୩ଟି, ମହମ୍ମଦ ସାମି ୪ ଓଭରରେ ୨୫ ରନ ଦେଇ ଗୋଟିଏ ଓ୍ବିକେଟ, ରବିଚନ୍ଦ୍ରନ ଅଶ୍ବିନ ୩ ଓଭରରେ ୨୩ରନ, ଅକ୍ଷର ପଟେଲ ୧ ଓଭରରେ ୨୧ରନ ଏବଂ ଭୁବନେଶ୍ବର କୁମାର ୪ ଓଭରରେ ୨୨ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।