ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ 

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ଭୁବନେଶ୍ବରରେ ପହଁଚିଛନ୍ତି । ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ବିଜେପି ପକ୍ଷରୁ ଜୋରଦାର ସ୍ବାଗତ କରାଯାଇଛି ।

ପ୍ରଥମେ ରାଜ୍ୟ ଅତିଥି ଭବନରେ ବିଜେପି ନେତାଙ୍କୁ ଭେଟିଛନ୍ତି । ସେଠାରେ ବିଜେପି ବିଧାୟକ ଏବଂ ସାଂସଦମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ।  ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ମଧ୍ୟ ଉତ୍ସାହିତ ଅଛି ।

ସେଠାରୁ ବିଧାନସଭା ଯିବେ ଦ୍ରୈାପଦୀ ମୁର୍ମୁ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡିର ବିଧାୟକ ଓ ସାଂସଦମାନଙ୍କୁ ଭେଟି ତାଙ୍କୁ ସମର୍ଥନ ଦେବାକୁ ଅପିଲ କରିବେ । ବିଧାନସଭାରେ ତାଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ବିଜେଡି ସମସ୍ତ ପ୍ରସ୍ତୁତି କରିଛି ।

ଏହାପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ।  ମୁଖ୍ୟମନ୍ତ୍ରୀ ତାଙ୍କୁ ଯେପରି ଜିତାଇବା ପାଇଁ ଲାଗିପଡିଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବେ ।   ସେଠାରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

ତାପରେ କିନ୍ତୁ ଓଡ଼ିଶାର ଝିଅ ହେଲେ ମଧ୍ୟ  ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ବୋଲି  କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଏହି ଗସ୍ତ ସମୟରେ ଦ୍ରୈାପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ଭାବେ ମାନ୍ୟତା ଦେଇ ରାଜ୍ୟ ସରକାର ଅତିଥି ସତ୍କାର କରିବା ପାଇଁ ଘୋଷଣା କରିଛନ୍ତି ।