୫୯ ବର୍ଷରେ ଗୋବିନ୍ଦା, କାମନାହିଁ ତଥାପି ରୋଜଗାର କୋଟି କୋଟି
ବଲିଉଡ୍ ର ହିରୋ ନମ୍ବର ଓ୍ବାନ ଗୋବିନ୍ଦା ଆଜି ତାଙ୍କର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି। କୋଟି କୋଟି ତାଙ୍କର ପ୍ରଶଂସକ ଗୋବିନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ଆଲୋଚନା ଚାଲିଛି । ୮୦ ଏବଂ ୯୦ ଦଶକରେ ଗୋବିନ୍ଦାଙ୍କ ଷ୍ଟାର୍ଡମ୍ ଖୁବ ଉଚ୍ଚରେ ଥିଲା ଏବଂ ସେ ଯେକୌଣସି ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ, ଅଧିକାଂଶ ବକ୍ସ ଅଫିସରେ ସୁପରହିଟ୍ ହେଉଥିଲା। ତାଙ୍କ ସମୟରେ ଗୋବିନ୍ଦା ଏକମାତ୍ର ଅଭିନେତା ଥିଲେ ଯିଏ ଏକା ହିଁ ବଲିଉଡ୍ର ତିନି ଖାନଙ୍କୁ ଜବରଦସ୍ତ ଟକ୍କର ଦେଉଥିଲେ। ଗୋବିନ୍ଦା ଡିସେମ୍ବର ୨୧, ୧୯୬୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ଖୁବ୍ କମ୍ ବୟସରେ ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ।
ଗୋବିନ୍ଦା ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ୧୬୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଏହା ସହିତ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।