ହାଇବ୍ରିଡ୍ ଜାହାଜ ପାଲଟିବ ବୁଡାଜାହାଜ
ମେଟ୍ରୋ ଟିଭି ଓଡିଶା,୭/୧: ଇଟାଲିରେ ବିକଶିତ ହୋଇଛି ଏକ ବିଳାସପୂର୍ଣ୍ଣ ବିଶାଳ ଜାହାଜ । ଯାହା ଆବଶ୍ୟକ ସ୍ଥଳେ ବୁଡାଜାହାଜ ଭାବେ କାର୍ଯ୍ୟ କରିବ । ଏହି ହାଇବ୍ରିଡ ଜାହାଜର ନାମ କାରାପେସ୍ । ଲଣ୍ଡନର ବସ୍ର ଲମ୍ବା ଠାରୁ ଏହା ହାରାହାରି ୯ଗୁଣ ଲମ୍ବା । ଏହି ବୁଡାଜାହାଜଟି ଢେଉ ଭିତରେ ୯୮୫ଫୁଟ (୩ଶହ ମିଟର) ତଳେ ୧୦ ଦିନ ପର୍ଯ୍ୟନ୍ତ ରହିପାରିବ ।ବ୍ୟବସାୟ,କୂଟନୀତିଜ୍ଞମାନେ ଜାହାଜ ଭିତରେ ବିଭିନ୍ନ ବୈଠକ ମଧ୍ୟ କରିପାରିବେ । ଗୋପନ ଚୁକ୍ତି , ସନ୍ଧି ଆଦି ସ୍ୱାକ୍ଷର କରିହେବ ଏହି ଜାହାଜରେ । ୨୫୬ଫୁଟ ତଥା ୭୮ମିଟର ଲମ୍ବବିଶିଷ୍ଟ ଏହି ଜାହାଜ ହାଲୁକା ଆଲିମିନିୟମ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି । ଜଳରେ ଏହା ୩ଶହ ମିଟର ତଳକୁ ଯିବା ସହ ଯାତ୍ରୀ ମାନଙ୍କୁ ଚତ୍ମକାର ପ୍ରାକୃତିକ ଦୃଶ୍ୟର ଆନନ୍ଦ ଉଠାଇପାରିବେ । ଏହି ଜାହାଜରେ କ୍ୟାବିନ୍, ଲଙ୍ଗ,ସ୍ପା,ବାର ଓ ଜିମ୍ ଆଦିର ସୁବିଧା ରହିଛି । ଇଟାଲୀର ଜାହାଜ ନିର୍ମାଣକାରୀ କମ୍ପାନୀ ଫିନକାନଟିରିର ୩୪ବର୍ଷୀୟ ଡିଜାଇନର୍ ଏଲେନା ନାପ୍ସି ଏହି ଜାହାଜକୁ ଡିଜାଇନ କରିଛନ୍ତି ।