ଭୋକରେ ଯାଉଛି ଜୀବନ?

ମେଟ୍ରୋ ଟିଭି ଓଡିଶା (୨୪.୬.୨୦୨୨)

ପ୍ରତିଦିନ ବିଶ୍ୱରେ ଅନାହାରରେ କେତେ ଜଣଙ୍କ ଜୀବନ ଯାଏ ? ମିଳିତ ଜାତିସଂଘର ସଦ୍ୟ ରିପୋର୍ଟ ସମସ୍ତଙ୍କୁ ଚକିତ କରାଇଛି । ରିପୋର୍ଟ ଅନୁସାରେ ଭୋକ ଏବଂ ଏହା ସହ ଜଡିତ କାରଣ ଯୋଗୁଁ ପ୍ରତିଦିନ ୨୫ ହଜାର ଲୋକ ଜୀବନ ହାରୁଛନ୍ତି । ଏଥିରେ ସବୁଠୁ ଅଧିକ ଶିଶୁ ଅଛନ୍ତି । ୟୁଏନର ରିପୋର୍ଟ ଅନୁସାରେ ପ୍ରତିଦିନ ୧୦ ହଜାର ଶିଶୁ ଅନାହାରରେ ଜୀବନ ହରାଉଛନ୍ତି ।ରିପୋର୍ଟ ଅନୁସାରେ, ସାରା ଦୁନିଆରେ ପ୍ରାୟ ୮୫୪ ନିୟୁତ ଲୋକେ କୁପୋଷଣର ଶିକାର ଅଛନ୍ତି।

ଏହାସହ ଏକ ଆକଳନ ଅନୁସାରେ ଖାଦ୍ୟ ପଦାର୍ଥର ଦ୍ରୁତ ମୂଲ୍ୟ ବୃଦ୍ଧି ଶୀଘ୍ର ଏହି ସଂଖ୍ୟା ୧୦୦୦ ନିୟୁତ ପାର କରିବ । ରିପୋର୍ଟ ଅନୁସାରେ ସହରୀ ଗରିବ, ବିସ୍ଥାପିତ ଜନସଂଖ୍ୟା, ଗ୍ରାମୀଣ ଭୂମିହୀନ ସହ ଅଧିକାଂଶ କ୍ଷୁଦ୍ର ଚାଷୀ ଉପରେ ସବୁଠୁ ଅଧିକ କୁପୋଷଣରେ ଶିକାର ହେବାର ବିପଦ ରହିଛି।ସାରା ଦୁନିଆରେ ଏହି ସଂକଟକୁ ନେଇ ୟୁଏନ ପକ୍ଷରୁ ଦାବି କରାଯାଇଛି ଯେ, ଗତ ଦୁଇ ଦଶନ୍ଧିରେ ଜନସଂଖ୍ୟା ବୃଦ୍ଧି, ଆୟରେ ସୁଧାର ଏବଂ ଖାଦ୍ୟର ବିବିଧିକରଣ ଭୋଜନର ଚାହିଦାରେ ଲଗାତାର ବୃଦ୍ଧି ହୋଇଛି। ୨୦୦୦ ମସିହା ପୂର୍ବରୁ ରେକର୍ଡ ସଫଳ ଯୋଗୁଁ ଖାଦ୍ୟର ମୂଲ୍ୟରେ ହ୍ରାସ ରେକର୍ଡ ହୋଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ କୃଷିରେ ସାର୍ବଜାନୀନ ଏବଂ ଘରୋଇ ନିବେଶ ଏବଂ ବିଶେଷ କରି ମୁଖ୍ୟ ଖାଦ୍ୟାନ୍ନର ଉତ୍ପାଦନରେ ହ୍ରାସ ଘଟିଛି। ଏହି କାରଣରୁ ଅଧିକାଂଶ ବିକାଶଶୀଳ ଦେଶରେ ଫସଲର ଉତ୍ପାଦନ ସ୍ଥିର କିମ୍ୱା ହ୍ରାସ ହୋଇଛି।