ଇଡିରେ ହାଜର ହେଲେ ଜ୍ୟାକ୍ଲିନ୍
ମେଟ୍ରୋ ଟିଭି ଓଡିଶା (୨୭.୬.୨୦୨୨)
ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିସ୍। ସୋମବାର ତାଙ୍କୁ ଇଡି କାର୍ଯ୍ୟାଳୟ ବାହାରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ବଳପୂର୍ବକ ଗ୍ରହଣ ମାମଲାରେ ନିଜ ବୟାନ ରେକର୍ଡ଼ ପାଇଁ ଅଭିନେତ୍ରୀ ଇଡି ଆଗରେ ହାଜର ହୋଇଥିଲେ।
