ଜଷ୍ଟିସ ଉଦୟ ଉମେଶ ଲଲିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ଜଷ୍ଟିସ ୟୁୟୁ ଲଲିତଙ୍କୁ ଉତ୍ତରାଧିକାରୀ ଭାବେ ଚୟନ କରିଛନ୍ତି ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା। ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା ଚଳିତ ମାସ ୨୬ ତାରିଖରେ ଅବସର ଗ୍ରହଣ କରିବେ । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ସଚିବାଳୟକୁ ଏକ ପତ୍ର ପଠାଯାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିସ କରିବାକୁ କୁହାଯାଇଥିଲା। ବରିଷ୍ଠତା ଭିତ୍ତିରେ ଜଷ୍ଟିସ ରମନ୍ନାଙ୍କ ତଳକୁ ରହିଥିଲେ ଜଷ୍ଟିସ ଉଦୟ ଉମେଶ ଲଳିତ । ଏଣୁ ପ୍ରଚଳିତ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ନୂଆ ପ୍ରଧାନ ବିଚାରପତି ପଦ ପାଇଁ ତାଙ୍କ ନାମ ସୁପାରିସ କରିବାର ସମ୍ଭାବନା ରହିଥିଲା।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା