କର୍ଣ୍ଣାଟକର ମାଣ୍ଡ୍ୟାରେ କଂଗ୍ରେସ ‘ଭାରତ ଯୋଡା ଯାତ୍ରା’ରେ ଯୋଗ ଦେଲେ ସୋନିଆ ଗାନ୍ଧୀ

ମାଣ୍ଡ୍ୟା:  କର୍ଣ୍ଣାଟକର ମାଣ୍ଡ୍ୟାରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଛନ୍ତି ।

ସେପ୍ଟେମ୍ବର 30 ରେ ଏହି ଯାତ୍ରା କର୍ଣ୍ଣାଟକରେ  ପ୍ରବେଶ କରିଥିଲା। କଂଗ୍ରେସ ସୁପ୍ରିମୋ ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ସହ ଯାତ୍ରାରେ ଭାଗ ନେଇ ପଦଯାତ୍ରା କରିଥିଲେ ।  ପୂର୍ବରୁ ବେଗୁର ଗାଁର ମନ୍ଦିର ପରିଦର୍ଶନ କରି ଅକ୍ଟୋବର କଂଗ୍ରେସର ବରିଷ୍ଠ ନେତାମାନେ ପୂଜା କରିଥିଲେ । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ସୋନିଆ ଗାନ୍ଧୀଙ୍କୁ ପ୍ରଶଂସା କରିବା ସହ ପଦଯାତ୍ରାରେ ସାମିଲ ହେବା ଗର୍ବର ବିଷୟ ବୋଲି କହିଥିଲେ ।

ଶିବକୁମାର ଆହୁରି କହିଛନ୍ତି ଯେ  ଆଗାମୀ ନିର୍ବାଚନରେ  କର୍ଣ୍ଣାଟକରେ ବିଜୟୀ ହେବ। ଆମେ ଗର୍ବିତ ଯେ ସୋନିଆ ଗାନ୍ଧୀ କର୍ଣ୍ଣାଟକ ରାସ୍ତାରେ ଚାଲୁଛନ୍ତି ।  ଆମେ ରାଜ୍ୟରେ କ୍ଷମତାକୁ ଆସୁଛୁ ଏବଂ ବିଜେପି ଏହାର ଦୋକାନ ବନ୍ଦ କରିବାକୁ ଯାଉଛି।”

ପଦଯାତ୍ରା  ପ୍ରତିଦିନ 25 କିଲୋମିଟର ଦୂରତା ଅତିକ୍ରମ କରୁଛି ।  ଏହି ପଦଯାତ୍ରା ପାଞ୍ଚ ମାସ ମଧ୍ୟରେ ପ୍ରାୟ 12 ଟି ରାଜ୍ୟକୁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଉତ୍ତର ଦିଗକୁ ଯିବା ପୂର୍ବରୁ ଏହା 21 ଦିନ ପାଇଁ କର୍ଣ୍ଣାଟକରେ ରହିବ  ।

ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ବିଭାଜନକାରୀ ରାଜନୀତିକୁ ମୁକାବିଲା କରିବା ତଥା ଅର୍ଥନୈତିକ ଅସମାନତା, ସାମାଜିକ ପୋଲାରାଇଜେସନ୍ ଏବଂ ରାଜନୈତିକ କେନ୍ଦ୍ରୀକରଣର ବିପଦକୁ ଦେଶର ଲୋକଙ୍କୁ ଜାଗ୍ରତ କରିବା ପାଇଁ ‘ଭାରତ ଯୋଡା ଯାତ୍ରା’ ଆୟୋଜିତ ହେଉଛି ।

ଏଠାରେ ସୂଚନାଯୋଗ୍ୟ ରାହୁଲ ଗାନ୍ଧୀଙ୍କ ସହ ଦଳର ସମସ୍ତ ସାଂସଦ, ନେତା ଏବଂ କର୍ମୀମାନେ ପଦଯାତ୍ରାରେ ଯାଉଛନ୍ତି  । ଗତ କିଛି ବର୍ଷ ଧରି କଂଗ୍ରେସର ଲୋକପ୍ରିୟତା କମି କମି ଯାଉଥିବା ବେଳେ ଏବେ କଂଗ୍ରେସର ଲୋକପ୍ରିୟତା ବଢ଼ିବା ପାଇଁ ବରିଷ୍ଠ ନେତାମାନେ ପଦଯାତ୍ରାରେ ସାମିଲ ହେଉଛନ୍ତି ।