ଭାରତର ଜନସଂଖ୍ୟା ବଢ଼ିବଢ଼ି ଯାଉଥିବା ବେଳେ ଏବେ ଚୀନକୁ ଟପିଥିବା ଚର୍ଚା ହେଉଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ୟୁନାଇଟେଡ ନେସନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ତେବେ କେବେ ଭାରତର ଜନସଂଖ୍ୟା ଟପିଲା ଏବଂ କିଭଳି ଗଣନା କରାଗଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ଅନୁସାରେ ଚୀନ୍ ରୁ ୨.୯ ନିୟୁତ ଅଧିକ ଜନସଂଖ୍ୟା ଥାଇ ଏବେ ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ବୋଲି ‘ୟୁନାଇଟେଡ୍ ନେସନ୍ସ୍ ପପୁଲେସନ୍ ଫଣ୍ଡ୍’ର ରିପୋର୍ଟରୁ ଜଣାପଡ଼ିଛି। ଭାରତର ଜନସଂଖ୍ୟାର ୨୫% ଜନତା ହେଉଛନ୍ତି ୦-୧୪ ବୟସ ବର୍ଗର, ୧୮% ହେଉଛନ୍ତି ୧୦-୧୯ ବୟସ ବର୍ଗର, ୨୬% ହେଉଛନ୍ତି ୧୦-୨୪ ବୟସ ବର୍ଗର, ୬୮% ହେଉଛନ୍ତି ୧୫-୬୪ ବୟସ ବର୍ଗର ଏବଂ ୭% ହେଉଛନ୍ତି ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗର। ଏହା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ନିଜସ୍ୱ ଡାଟାକୁ ଆକଳନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି ।
ଭାରତର ଜନସଂଖ୍ୟା ୧,୪୨୮.୬ ନିୟୁତ ଥିବା ବେଳେ ଚୀନ୍ର ଜନସଂଖ୍ୟା ୧,୪୨୫.୭ ନିୟୁତ।
ରିପୋର୍ଟର ‘ଡିମୋଗ୍ରାଫିକ୍ ଇଣ୍ଡିକେଟର୍ସ’ ବର୍ଗରେ ଏହି ସତ୍ୟତମ ତଥ୍ୟ ଦିଆଯାଇଛି। ୧୯୫୦ ମସିହା ପରେ ଭାରତର ପ୍ରଥମ କରି ଭାରତର ଜନସଂଖ୍ୟା ଚୀନ୍କୁ ଟପିଯାଇଛି।
Trending
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ୨୦୨୫ ବିହାର ବିଧାନସଭା ନିର୍ବାଚନ- ତେଜସ୍ୱୀ ଯାଦବ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
- କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିର ପ୍ରବେଶ କରି ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ