
ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଚଳଚ୍ଚିତ୍ର ନିର୍ମାତ୍ରୀ ଲୀନା ମଣିମେକଲାଇଙ୍କ ନିର୍ଦେଶିତ ଏକ ପ୍ରାମାଣିକ ଚଳଚ୍ଚିତ୍ରର ପୋଷ୍ଟର ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନାର ସରବ୍ୟ ହେବା ପରେ ବିବାଦୀୟ ପୋଷ୍ଟର ପାଇଁ କ୍ଷମା ପ୍ରାର୍ଥନା କରିଛି କାନାନା ସଂଗ୍ରହାଳୟ । ‘ଅଣ୍ଡର୍ ଦି ଟେଣ୍ଟ୍’ ପ୍ରକଳ୍ପରେ ଟରଣ୍ଟୋ ମେଟ୍ରୋପଲିଟାନ୍ ବିଶ୍ବବିଦ୍ୟାଳୟ’ ବିଭିନ୍ନ ସାଂସ୍କୃତିକ ପରିବଶେରୁ ଆସିଥିବା ଶିକ୍ଷାର୍ଥୀମାନଙ୍କର କାମ ସବୁ ଏକତ୍ର କରିଥିଲା। ସଂଗ୍ରହାଳୟ କହିଛି, ‘ଅଣ୍ଡର୍ ଦି ଟେଣ୍ଟ୍’ରେ ଏକତ୍ର କରାଯାଇଥିବା ୧୮ଟି ‘ସର୍ଟ ଭିଡିଓ’ରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ହୋଇଥିବା ଗୋଟିକର ପୋଷ୍ଟର୍ ହିନ୍ଦୁ ସମ୍ପ୍ରଦାୟଙ୍କୁ ଆଘାତ ଦେଇଛି। ଏଥିନିମନ୍ତେ ସଂଗ୍ରହାଳୟ ଗଭୀର ଦୁଃଖ ପ୍ରକାଶ କରୁଛି ଏବଂ କ୍ଷମା ପ୍ରାର୍ଥନା କରୁଛି ।
‘ଅଣ୍ଡର୍ ଦି ଟେଣ୍ଟ୍’ ପ୍ରକଳ୍ପରେ ହିନ୍ଦୁ ଦେବାଦେବୀଙ୍କୁ କଦର୍ଯ୍ୟ ଭାବେ ରୂପାୟିତ କରିଥିବା ଟରଣ୍ଟୋର ‘ଆଗା ଖାଁ ସଂଗ୍ରହାଳୟ’ କ୍ଷମାପ୍ରାର୍ଥନା କରିବାକୁ ହଜାର ହଜାର ୟୁଜର ସୋସିଆଲ ମିଡିଆରେ ଦାବି କରିଥିଲେ । ଏପରିକି ଭାରତୀୟ ହାଇକମିସନ୍ କାନଡୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଆପତ୍ତି ଅଭିଯୋଗ ପତ୍ର ପଠାଇଥିଲେ ।
ଏହି ପୋଷ୍ଟର୍ର ଦେବୀ କାଳୀଙ୍କ ରୂପରେ ଥିବା ମହିଳା ସିଗାରେଟ ଟାଣୁଛନ୍ତି । ଯାହାକି ହିନ୍ଦୁମାନଙ୍କ ଧାର୍ମିକ ଭାବାବେଗକୁ ଆଘାତ ହେଇଛି।
ଭାରତର ମଦୁରାଇରେ ଜନ୍ମିତ ଏବଂ ଟରଣ୍ଟୋରେ ବସବାସ କରୁଥିବା ଲୀନା ମଣିମେକଲାଇ ପ୍ରଥମେ ଉକ୍ତ ଚଳଚ୍ଚିତ୍ରର ଏକ ପୋଷ୍ଟ୍ର ସାମାଜିକ ଗଣମାଧ୍ୟମରେ ସେୟାର୍ କରିଥିଲେ। ସେଥିରେ ଜଣେ ନାରୀ ଦେବୀ କାଳୀଙ୍କ ପରି ବେଶଭୂଷା ହୋଇ ସିଗାରେଟ୍ ଟାଣୁଥିବାର ଦୃଶ୍ୟ ରହିଛି।
ସେପଟେ ଟିମଏସି ସାଂସଦ ମହୁଆ ମିତ୍ର ମା କାଳୀଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ନାମରେ ଭୋପାଳରେ ଏଫଆଇଆର ଦାଖଲ କରାଯାଇଛି ।