ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି, ଜାଣି ନିଅନ୍ତୁ ସମୟସୂଚୀ
ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ଯାତ୍ରୀମାନଙ୍କ ସୁବିଧା ଏବଂ ଟ୍ରେନ ଚଳାଚଳକୁ ସୁଗମ କରିବା ଉଦ୍ଦେଶ୍ୟରେ କରାଯାଇଥିବା ନେଇ କୁହାଯାଇଛି।
ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଟ୍ରେନ ନଂ. ୧୫୦୨୭ ସମ୍ବଲପୁର–ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁରରୁ ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୦୯:୨୦ ଘଟିକା ପରିବର୍ତ୍ତେ ୦୯:୦୫ ଘଟିକାରେ ଛାଡ଼ିବ। ଏହି ଟ୍ରେନ ରେଙ୍ଗାଲିରେ ୦୯:୩୯ ଘଟିକା ପରିବର୍ତ୍ତେ ୦୯:୨୮ ଘଟିକାରେ ପହଞ୍ଚିବ ଏବଂ ୦୯:୪୧ ଘଟିକା ପରିବର୍ତ୍ତେ ୦୯:୩୦ ଘଟିକାରେ ଛାଡ଼ିବ। ଏହି ସଂଶୋଧିତ ସମୟସୂଚୀ ୨୮ ଅକ୍ଟୋବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।
ଗୋରଖପୁର–ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ
୧୫୦୨୮ ଗୋରଖପୁର–ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁରରେ ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୧୪:୪୦ ଘଟିକା ପରିବର୍ତ୍ତେ ୧୪:୫୦ ଘଟିକାରେ ପହଞ୍ଚିବ। ଏହି ପରିବର୍ତ୍ତିତ ସମୟ ୦୪ ସେପ୍ଟେମ୍ବର ୨୦୨୬ ଠାରୁ ଲାଗୁ ହେବ।
୧୨୮୯୩ ଭୁବନେଶ୍ୱର–ପୁରୁଣାକଟକ ଇଣ୍ଟରସିଟି ଏକ୍ସପ୍ରେସ
ସେହିପରି, ୧୨୮୯୩ ଭୁବନେଶ୍ୱର–ପୁରୁଣାକଟକ ଇଣ୍ଟରସିଟି ଏକ୍ସପ୍ରେସ ପୁରୁଣାକଟକରେ ପୂର୍ବ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୧୭:୦୦ ଘଟିକା ପରିବର୍ତ୍ତେ ୧୭:୧୦ ଘଟିକାରେ ପହଞ୍ଚିବ। ଏହି ପରିବର୍ତ୍ତନ ୦୪ ସେପ୍ଟେମ୍ବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।
ପୁରୁଣାକଟକ–ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ
୧୨୮୯୪ ପୁରୁଣାକଟକ–ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ପୁରୁଣାକଟକରୁ ପୂର୍ବ ନିର୍ଦ୍ଧାରିତ ସମୟ ୧୧:୨୫ ଘଟିକା ପରିବର୍ତ୍ତେ ୧୧:୧୫ ଘଟିକାରେ ଛାଡ଼ିବ। ଏହି ଟ୍ରେନ ବିରନରସିଂହପୁରରେ ୧୧:୩୦/୧୧:୩୨ ଘଟିକା, ବୌଦ୍ଧରେ ୧୧:୪୫/୧୧:୫୦ ଘଟିକା, ଝାରମୁଣ୍ଡାରେ ୧୨:୦୨/୧୨:୦୪ ଘଟିକା, ପୁରୁଣାପାଣିରେ ୧୨:୨୦/୧୨:୨୨ ଘଟିକା, ସୋନପୁରରେ ୧୨:୩୫/୧୨:୪୦ ଘଟିକା, ନରସିଂହଗଡ଼ରେ ୧୨:୫୫/୧୨:୫୭ ଘଟିକା, ଝାରତରଭାରେ ୧୩:୧୦/୧୩:୧୨ ଘଟିକା ଏବଂ ବିଛୁପାଲିରେ ୧୩:୨୫/୧୩:୨୭ ଘଟିକାରେ ପହଞ୍ଚିବ/ଛାଡ଼ିବ। ଏହି ପରିବର୍ତ୍ତନଗୁଡ଼ିକ ୨୮ ଅକ୍ଟୋବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।
ଭୁବନେଶ୍ୱର ନୂଆ –ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ
୧୮୩୧୪ ଭୁବନେଶ୍ୱର ନୂଆ –ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ ବୌଦ୍ଧରେ ପୂର୍ବ ନିର୍ଦ୍ଧାରିତ ସମୟ ୧୦:୩୦ ଘଟିକା ପରିବର୍ତ୍ତେ ୧୦:୪୫ ଘଟିକାରେ ପହଞ୍ଚିବ। ଏହି ପରିବର୍ତ୍ତନ ୦୭ ସେପ୍ଟେମ୍ବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।
ପୁରୀ–ସୋନପୁର ସାପ୍ତାହିକ ଏକ୍ସପ୍ରେସ
ସେହିପରି, ୧୮୪୨୧ ପୁରୀ–ସୋନପୁର ସାପ୍ତାହିକ ଏକ୍ସପ୍ରେସ ସୋନପୁରରେ ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୦୫:୫୦ ଘଟିକା ପରିବର୍ତ୍ତେ ୦୬:୦୦ ଘଟିକାରେ ପହଞ୍ଚିବ। ଏହି ପରିବର୍ତ୍ତନ ୦୩ ସେପ୍ଟେମ୍ବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।
ସୋନପୁର–ପୁରୀ ସାପ୍ତାହିକ ଏକ୍ସପ୍ରେସ
ଅନ୍ୟପକ୍ଷରେ, ୧୮୪୨୨ ସୋନପୁର–ପୁରୀ ସାପ୍ତାହିକ ଏକ୍ସପ୍ରେସ ସୋନପୁରରୁ ପୂର୍ବ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୧୯:୦୦ ଘଟିକା ପରିବର୍ତ୍ତେ ୧୮:୪୫ ଘଟିକାରେ ଛାଡ଼ିବ। ଏହି ଟ୍ରେନର ନରସିଂହଗଡ଼, ଝାରତରଭା ଏବଂ ବିଛୁପାଲିରେ ସଂଶୋଧିତ ପହଞ୍ଚିବା/ଛାଡ଼ିବା ସମୟ ଯଥାକ୍ରମେ ୧୮:୫୫/୧୮:୫୭ ଘଟିକା, ୧୯:୦୬/୧୯:୦୮ ଘଟିକା ଏବଂ ୧୯:୨୦/୧୯:୨୨ ଘଟିକା ରହିବ। ଏହି ସଂଶୋଧିତ ସମୟସୂଚୀ ୩୦ ଅକ୍ଟୋବର ୨୦୨୬ ଠାରୁ କାର୍ଯ୍ୟକାରୀ ହେବ।
ଟ୍ରେନ ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ ଯାଞ୍ଚ କରିପାରିବେ।