ଭାରତ ଆସିବେ ମାଇକ୍ରୋସଫ୍ଟ ସିଇଓ

ଏହି ବର୍ଷ ଭାରତରେ ଅନେକ ନୂଆ ଏଆଇ ଷ୍ଟାର୍ଟଅପ୍ ଆରମ୍ଭ ହେବାକୁ ଯାଉଛି । ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଡେଲା ନିଜର ବାର୍ଷିକ ଭାରତ ଯାତ୍ରା ପାଇଁ ଆସିବାକୁ ଯାଉଛନ୍ତି । ଫେବୃଆରୀ ୭ ଏବଂ ୮ ରେ ଭାରତ ଗସ୍ତ ସମୟରେ ସେ ସମସ୍ତ ଏଆଇ ଷ୍ଟାର୍ଟଅପ୍ ସହ ଭେଟିବାକୁ ଯାଉଛନ୍ତି ।୨୦୨୪ ପାଇଁ ସେ ଏଆଇ ଓ ଏଥିରୁ ମିଳୁଥିବା ସୁଯୋଗ ବାଛିସାରିଛନ୍ତି । ମାଇକ୍ରୋସଫ୍ଟ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆ ପ୍ରେସିଡେଣ୍ଟ ପୁନିତ୍ ଚନ୍ଦୋକ କହିଛନ୍ତି ଯେ ମାଇକ୍ରୋସଫ୍ଟ ଇଣ୍ଡିଆ ଭାରତରେ ନୂଆ ଟେକ୍ନୋଲୋଜିର ବିକାଶକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି ।