ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନିୟର ଫୋନମ୍ୟାନ (ଶଟ ଫାୟରର / ବ୍ଲାଷ୍ଟର), ଜୁନିୟର ଫୋନମ୍ୟାନ (ଓଭରମ୍ୟାନ) / ଜୁନିୟର ଫୋନମ୍ୟାନ (ମାଇନ୍ସ), ଜୁନିୟର ଫୋନମ୍ୟାନ (ଇଲେକ୍ଟ୍ରିକାଲ), ଜୁନିୟର ଫୋନମ୍ୟାନ (ସର୍ଭେୟର), ଜୁନିୟର ଫୋନମ୍ୟାନ (ସିଭିଲ), ଲାବୋରେଟୋରୀ ଆସିଷ୍ଟାଣ୍ଟ, ଡ୍ରେସର କମ ଫାଷ୍ଟ ଏଡର, ନର୍ସ ଆଦି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।କିଛି ପଦରେ କେବଳ ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସେହିପରି ଆଉ କିଛି ପଦରେ ଲିଖିତ ପରୀକ୍ଷା ଓ ଟ୍ରେଡ ଟେଷ୍ଟ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଜେନେରାଲ, ଅନ୍ୟ ପଛୁଆ ବର୍ଗ / (ଓବିସି) (ଏନସିଏଲ) / ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) / ପିଡବ୍ଲ୍ୟୁବିଡି / ଏକ୍ସ-ସର୍ଭିସମେନ / ଇଣ୍ଟରନାଲ ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି ।
Trending
- ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା,ବସିଛି ସ୍ୱତନ୍ତ୍ର ତିହାରୀ ହାଟ ହାଟ
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
- ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
Prev Post
Next Post