ଆଜି ରେଡିଓ ଦିବସ

ଆଜି ରେଡିଓ ଦିବସ  । ଶବ୍ଦ, ସ୍ବର, ସଙ୍ଗୀତ, ସୃଜନଶୀଳତା ପାଇଁ କୋଟି କୋଟି ଲୋକଙ୍କ ପସନ୍ଦ ହୋଇଛି ରେଡିଓ ।  ଶ୍ରୋତାଙ୍କ ହୃଦୟରେ ବର୍ଷ ବର୍ଷ ଧରି ରହିଛି ରେଡିଓ ।  ରେଡିଓ ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଜଣେ ଶ୍ରୋତା ପହଞ୍ଚେ  ଭିନ୍ନ ଦୁନିଆରେ, ଯେଉଁଠି ଥାଏ ତାଜା ଖବରଠାରୁ ଆରମ୍ଭ କରି ମନୋରଞ୍ଜନ, ସର୍ବୋପରି ସଚେତନତା ଭଳି ବହୁବିଧ କାର୍ଯ୍ୟକ୍ରମ। ଏକବିଂଶ ଶତାବ୍ଦୀରେ ରେଡିଓର ବ୍ୟବସାୟୀକରଣ ହୋଇଛି। କମ୍ୟୁନିଟି ରେଡିଓ ସହ ଏଫ୍‌ଏମ୍‌ର ଚାହିଦା ବଢ଼ିଛି। ଆଞ୍ଚଳିକସ୍ତରରେ ଶ୍ରୋତାଙ୍କ ହୃଦୟ ଜିଣିବାକୁ ବେସରକାରୀ କମ୍ପାନୀଗୁଡିକ ମଧ୍ୟରେ ଚାଲିଛି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା। ଫଳରେ ଏହାର ଫାଇଦା ମିଳିଛି ସାମାଜିକ ବ୍ୟବସ୍ଥାକୁ। ବିଶେଷ କରି କରୋନା ମହାମାରୀ ଭଳି ସମୟରେ ଜନସଚେତନତା ପାଇଁ ସାଧନ ଆବଶ୍ୟକ ପଡୁଥିବାବେଳେ ରେଡିଓ ଅନ୍ୟତମ ପ୍ରମୁଖ ଯୋଗାଯୋଗ ମାଧ୍ୟମ ଭାବେ ଲୋକମାନଙ୍କର ଆହୁରି ନିକଟତର ହୋଇପାରିଛି।