ଆଗାମୀ ଦିନରେ WhatsAppରେ ଆସିବ ଅନେକ ନୂଆ ଫିଚର୍ସ , ଜାଣନ୍ତୁ କଣ

ଆଗାମୀ ଦିନରେ WhatsAppରେ ଅନେକ ନୂଆ ଫିଚର୍ସ ଉପଲବ୍ଧ ହେଉଛି । ଯାହା ପ୍ରାଇଭେସି  ଏବଂ ନୂଆ କଣ୍ଟ୍ରୋଲ୍ ପ୍ରଦାନ କରିବ । ଏଥିରେ କଭର ଇମେଜ୍ କଣ୍ଟ୍ରୋଲ୍, ଲିଙ୍କ୍ ପ୍ରିଭ୍ୟୁ ଏବଂ ଷ୍ଟାଟସ୍ ପ୍ରାଇଭେସୀ ଫିଚର୍ସ ଭଳି ନୂଆ ଅପ୍ସନ ସାମିଲ୍ ରହିଛି ।

WhatsApp ବର୍ତ୍ତମାନ ଏହି ଫିଚର୍ସଗୁଡ଼ିକର ଟେଷ୍ଟିଂ କରୁଛି ଏବଂ କିଛି ବିଟା ୟୁଜର୍ସଙ୍କୁ ମଧ୍ୟ ଏହି ଫିଚର ଦିଆଯାଇଛି । ଖୁବ୍ ଶୀଘ୍ର ଏହା ଏକ ଷ୍ଟେବଲ ଭର୍ସନରେ ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ବର୍ତ୍ତମାନ, ଏହି ଫିର୍ଚଗୁଡ଼ିକ Android ଏବଂ iOS ୟୁଜର୍ସମାନଙ୍କ ପାଇଁ ଉପଲବ୍ଧ । ତେବେ ଆସନ୍ତୁ ଏଗୁଡ଼ିକ ବିଷୟରେ ଅଧିକ ଜାଣିବା ।

୧) କଭର ଫଟୋ ପ୍ରାଇଭେସୀ ଫିଚର:

କଭର ଫଟୋ ପ୍ରାଇଭେସୀ ଫିଚରଟି ବର୍ତ୍ତମାନ WhatsApp ବିଟାରେ ଟେଷ୍ଟିଂ କରାଯାଉଛି । ଏହି ଟେଷ୍ଟିଂ iOS 26.1.10.73 ବିଟାରେ ଚାଲିଛି ।  ଏହି କଭର ଫଟୋରେ ଏବେ ଅଧିକ ପ୍ରାଇଭେସୀ କଣ୍ଟ୍ରୋଲ୍ ରହିବ, ଯେଉଁଥିରେ ୟୁଜର୍ସମାନେ ଯାହାକୁ ଚାହିଁବେ କେବଳ ସେହିମାନଙ୍କୁ ହିଁ ଫଟୋ ଦେଖାଇପାରିବେ ।

୨) ଆକ୍ୟୁରେଟ୍ ଷ୍ଟିକର ସଜେସନ୍ ଅପ୍ସନ:

ଆଇଫୋନ୍ ୟୁଜର୍ସଙ୍କ ପାଇଁ ଏକ ନୂଆ ବିଟା ଭର୍ସନ iOS 26.1.10.72 ରେ ଟେଷ୍ଟିଂ କରାଯାଉଛି । ଏହା iOS ୟୁଜର୍ସଙ୍କ ପାଇଁ ଅଧିକ ସଠିକ୍ ଷ୍ଟିକର ସଜେସନ୍ ମିଳିବ । ଏହି ଇମୋଜି ଆସିବାପରେ ଅଟୋମେଟିକ୍ ସଜେସନ୍ ଦେବାକୁ ଲାଗିବ ।

୩) କ୍ଲିୟର ଲିଙ୍କ ପ୍ରଭ୍ୟୁ ରୋଲ ଆଉଟ୍:

ଆପ୍ ଷ୍ଟୋରରେ iOS 26.1.74 ଅପଡେଟ୍ ଉପଲବ୍ଧ ହେବା ସହିତ, ୟୁଜର୍ସମାନେ ଏବେ ସହଜରେ ଲିଙ୍କ ପ୍ରିଭ୍ୟୁ ପଢିପାରିବେ । ହେଲେ, ବହୁତ ଲମ୍ବା ଲିଙ୍କ୍ ଦେଖାଇବା ପରିବର୍ତ୍ତେ, WhatsApp ବର୍ତ୍ତମାନ କେବଳ ଏକ ଇନଫରମେସନ୍ ଦେଖାଇବ, ଯେଉଁଥିରେ ଇମେଜ୍ ପ୍ରିଭ୍ୟୁ, ୱେବସାଇଟ୍ ଦ୍ବାରା ବ୍ୟବହାର କରାଯାଉଥିବା ପ୍ରୋଟୋକଲ୍, ସେକେଣ୍ଡ-ଲେଭଲ୍ ଡୋମେନ୍ ନାମ୍ ଏବଂ ଟପ୍-ଲେଭଲ୍ ଡୋମେନ୍ ନାମ୍ । କିନ୍ତୁ ଯଦି ୟୁଜର୍ସ ଲିଙ୍କ ପାଥ ଦେଖିବାକୁ ଚାହାଁନ୍ତି ତେବେ ଏହା ପାଇଁ ବବଲରେ ଡୋମେନ୍ ନେମ୍ ଉପରେ ଟ୍ୟାପ୍ କରି ହୋଲ୍ଡ କରି ରଖିପାରିବେ ।

) ସିଷ୍ଟମ ପ୍ରାଇଭେସୀ ଇନଫୋ ଫିଚର:

WAbetainfo ଏହି ସପ୍ତାହରେ ପୋଷ୍ଟ କରିଛି ଯେ ଅନେକ ୟୁଜର୍ସ ଷ୍ଟାଟସ୍ ପ୍ରାଇଭେସି ଇନଫୋ ଫିଚର ଦେଖୁଛନ୍ତି । ହ୍ୱାଟସଆପର ଆଣ୍ଡ୍ରଏଡ୍ ବିଟା 2.26.2.9 ଇନଷ୍ଟଲ୍ କରିବା ପରେ, ଅନେକ ବିଟା ପରୀକ୍ଷକ ପ୍ରତ୍ୟେକ ଷ୍ଟାଟସ୍ ଅପଡେଟ୍ ପାଇଁ ଲାଗୁ ହୋଇଥିବା ପ୍ରାଇଭେସୀ ସେଟିଂସ୍ ପୁନଃଯାଞ୍ଚ କରିବାର ଅପ୍ସନ ଦେଖିଥିବା ରିପୋର୍ଟ କରିଛନ୍ତି ।

୫) ପ୍ରାସେସ୍ ସହିତ ଆଗକୁ ବଢ଼ନ୍ତୁ:

ଷ୍ଟାଟସ୍ ପ୍ରାଇଭେସୀ ଇନଫୋ ଫିଚର ମଧ୍ୟରେ, ଆପଣ ଷ୍ଟାଟସ୍ ଭ୍ୟୁୟର୍ସ ସିଟ୍ ଦେଖିପାରିବେ, ଯେଉଁଠାରେ ୟୁଜର୍ସମାନେ ଓଭରଫ୍ଲୋ ମେନୁରେ ଯାଇ ୟୁଜର୍ସ ଅଡିୟନ୍ସ ସେକ୍ସନକୁ ଖୋଲିପାରିବେ । ଏଠାରେ, ସେମାନେ ଦେଖିପାରିବେ ଯେ ସେହି ଖାସ୍ ଷ୍ଟାଟସ୍ ଅପଡେଟ୍ ପାଇଁ କେଉଁ ପ୍ରାଇଭେସୀ ସେଟିଂସ୍ ବ୍ୟବହାର ହୋଇଛି ।

Leave a comment