ଜନ୍ମଦିନ ମନେପକାଇବ WhatsApp,

ଆଜିର ସମୟରେ WhatsApp ସବୁଠାରୁ ପପୁଲାର ମେସେଜିଂ ଆପ୍‌ମାନଙ୍କ ମଧ୍ୟରୁ ଗୋଟିଏ । ଅଫିସ୍ କାମଠାରୁ ଆରମ୍ଭ କରି ବ୍ୟକ୍ତିଗତ କଥାବାର୍ତ୍ତା ପର୍ଯ୍ୟନ୍ତ, ଲୋକମାନେ ବ୍ୟାପକ ଭାବେ ଏହାକୁ ବ୍ୟବହାର କରୁଛନ୍ତି । ଅନେକେ ନିଜର ପ୍ରିୟ ଲୋକଙ୍କ ଜନ୍ମଦିନରେ WhatsApp ଷ୍ଟାଟସ୍ ମଧ୍ୟ ଲଗାନ୍ତି । ଏବେ WhatsApp ଏକ ନୂଆ ଫିଚର୍ ଆଣିବାକୁ ଯାଉଛି, ଯାହା ଦ୍ୱାରା କାହାର ଜନ୍ମଦିନ ମନେ ରଖିବାର ଆବଶ୍ୟକତା ପଡ଼ିବ ନାହିଁ । ଆପ୍‌ ନିଜେ ଆପଣଙ୍କୁ ରିମାଇଣ୍ଡର ପଠାଇବ ।

ମିଡିଆ ରିପୋର୍ଟ ଅନୁସାରେ, WhatsApp ପ୍ରୋଫାଇଲ୍‌ରେ Date of Birth ଆଡ କରିବାର ସୁବିଧା ଆସିବାକୁ ଯାଉଛି । ଯଦି କୌଣସି ୟୁଜର୍ ନିଜର ଜନ୍ମତାରିଖ ସେୟାର କରିବାକୁ ଚାହାନ୍ତି, ତେବେ ସେହି ଦିନ ତାଙ୍କ କଣ୍ଟାକ୍ଟମାନଙ୍କୁ WhatsApp ରେ ଏକ ବିଶେଷ ନୋଟିଫିକେସନ୍ ମିଳିବ । ଏହା ଦ୍ୱାରା ଅଲଗା କ୍ୟାଲେଣ୍ଡର କିମ୍ବା ରିମାଇଣ୍ଡର ଆପର ଆବଶ୍ୟକତା ରହିବ ନାହିଁ ଏବଂ ଠିକ୍ ସମୟରେ ଜନ୍ମଦିନର ଶୁଭେଚ୍ଛା ପଠାଇ ପାରିବେ।

ଏହା ସହିତ, ଚାଟ୍ ୱିଣ୍ଡୋରେ ମଧ୍ୟ ଏକ ବିଶେଷ Birthday Prompt ଦେଖାଯାଇପାରେ । ଏହା ଉପରେ କେବଳ ଗୋଟିଏ କ୍ଲିକ୍ କରି ବର୍ଥଡେ ମେସେଜ୍ ପଠାଇବା ସହଜ ହେବ।

ଗତ କିଛି ସମୟ ଧରି WhatsApp ରେ AI ଓ ଅନ୍ୟାନ୍ୟ ମର୍ଡନ ଫିଚର୍ ଯୋଡ଼ାଯାଇଛି । ଏହା ଫଳରେ ଏହି ପ୍ଲାଟଫର୍ମ ପୂର୍ବ ଅପେକ୍ଷା ଅଧିକ ସ୍ମାର୍ଟ ହୋଇଛି । କମ୍ପାନୀର ଲକ୍ଷ୍ୟ କେବଳ ଏକ ମେସେଜିଂ ଆପ୍ ନୁହେଁ, ବରଂ ସବୁ ପ୍ରକାର କାମ ପାଇଁ ଉପଯୋଗୀ ଏକ ମଲ୍ଟି-ୟୁଜ୍ ଆପ୍ ଭାବେ କାମ କରିବ।

ସୂଚନା ଅନୁଯାୟୀ, ଏହି ନୂଆ ଫିଚର୍ ବର୍ତ୍ତମାନ ଡେଭଲପମେଣ୍ଟ ପର୍ଯ୍ୟାୟରେ ରହିଛି ଏବଂ କେବଳ କିଛି Android ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ଅଛି । Meta ଏପର୍ଯ୍ୟନ୍ତ ଏହାର ଆଧିକାରିକ ଲଞ୍ଚ ତାରିଖ ଘୋଷଣା କରିନାହିଁ । ଯଦି ପରୀକ୍ଷା ସଫଳ ହୁଏ, ତେବେ ଏହି ଫିଚର୍ ଖୁବ୍ ଶୀଘ୍ର ସମସ୍ତ WhatsApp ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇପାରେ।

ଏହି ଫିଚରରେ ପ୍ରାଇଭେସି ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଜନ୍ମତାରିଖ ସମସ୍ତଙ୍କୁ ଦେଖାଇବା ବାଧ୍ୟତାମୂଳକ ହେବ ନାହିଁ । କାହାକୁ ଜନ୍ମତାରିଖ ଦେଖାଇବେ ଏବଂ କାହାକୁ ଦେଖାଇବେ ନାହିଁ, ସେହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ୟୁଜର୍ସଙ୍କ ହାତରେ ରହିବ।

Leave a comment