ସ୍ମାର୍ଟଫୋନ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍,ViVo ଲଞ୍ଚ କଲା ୱାଟପ୍ରୁଫ୍ ସ୍ମାର୍ଟଫୋନ୍ Vivo Y32

ସ୍ମାର୍ଟଫୋନ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ଲଞ୍ଚ ହେଲା Vivo Y ସିରିଜର ଆଉ ଏକ ଶସ୍ତା ଫୋନ୍ । ୮୦୦୦mAhର ପାୱାରଫୁଲ ବ୍ୟାଟେରୀ ସହିତ Vivo Yରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି ଚୀନ୍ କମ୍ପାନୀ । ତେବେ ଆସନ୍ତୁ ଏହି ସ୍ମାର୍ଟଫୋନ ସମ୍ପର୍କରେ ଡିଟେଲ୍ସ ଜାଣିବା ।

ଫିଚର୍ସ:

ବଜେଟ୍ ସେଗମେଣ୍ଟରେ ଭିଭୋର ଆଉ ଏକ ନୂଆ ଧମାକା । Vivo ଏହାର  Y ସିରିଜରେ Vivo Y32 ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଯାହା ବଜେଟ୍ ଫ୍ରେଣ୍ଡଲି ରହିଛି । ଏହି ଫୋନ ୬.୮୭ଇଞ୍ଚ HD ଡିସପ୍ଲେ ସହିତ ଆସିଛି । ଏହି ଫୋନରେ LCD ଡିସପ୍ଲେ ବ୍ୟବହାର କରାଯାଇଛି । ଏହି ଫୋନର ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ଯାହାର ରିଜୋଲ୍ୟୁସନ୍ ୧୫୯୨ x ୭୨୦ ପିକ୍ସେଲର ରହିଛି । ଡିସପ୍ଲେର ପିକ୍ ବ୍ରାଇଟନେସ୍ ୧୩୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି । ଏଥିସହ ଏହି ସ୍ମାର୍ଟଫୋନରେ Unisoc T7300 ଚିପସେଟ୍ ବ୍ୟବହାର କରାଯାଇଛି । ଏଥିରେ 6GB LPDDR4X RAM ଏବଂ 256GB UFS 2.2 ଷ୍ଟୋରେଜର ସପୋର୍ଟ ମିଳିବ । ଏହି ସ୍ମାର୍ଟଫୋନର  ୬GB RAMକୁ ଏକ୍ସପାଣ୍ଡ କରାଯାଇପାରିବ । ସେହିପରି ଫୋନର ଷ୍ଟୋରେଜକୁ ମଧ୍ୟ microSD କାର୍ଡ ମାଧ୍ୟମରେ 2TB ପର୍ଯ୍ୟନ୍ତ ବଢ଼ାଯାଇପାରିବ ।

ଯଦି ଫୋନର କ୍ୟାମେରା କଥା କୁହାଯାଏ ତେବେ ଏହାର ବ୍ୟାକରେ ଡୁଆଲ କ୍ୟାମେରାର ଓେଟଅପ ରହିଛି । ଯେଉଁଥିରେ ୫୦MPର ମେନ୍ କ୍ୟାମେରା ଏବଂ ୨MPର ସେକେଣ୍ଡାରୀ କ୍ୟାମେରା ରହିଛି । ୮MP ମଧ୍ୟ ସେଲଫି କ୍ୟାମରା ରହିଛି ।  Vivo Y32 ରେ ଏକ ପାୱାରଫୁଲ ୮୦୦୦mAhର ବ୍ୟାଟେରୀ ରହିଛି । ଏହି ସ୍ମାର୍ଟଫୋନ୍ ୪୪W ଫାଷ୍ଟ ଚାର୍ଜିଂ ସମେତ USB ଟାଇପ୍-C ଚାର୍ଜରକୁ ସପୋର୍ଟ କରିଥାଏ । ଫୋନଟି IP68 ଏବଂ IP69 ରେଟିଂଯୁକ୍ତ । ଯାହା ପାଣିରୁ ପ୍ରୋଟେକ୍ଟ କରିଥାଏ । ଏହା Android 16 ଉପରେ ବେସ୍ଡ । ଯାହା OriginOS 6 ରେ କାମ କରିଥାଏ ।

ପ୍ରାଇସ୍:

Vivo ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ 4GB RAM + 128GB ଏବଂ 6GB RAM + 128GBରେ ଉପଲବ୍ଧ । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨୪,୩୦୦ ଟଙ୍କା ଥିଲାବେଳେ ଟପ୍ ଭାରିଆଣ୍ଟର ମୂଲ୍ୟ ପ୍ରାୟ ୨୭,୦୦୦ ଟଙ୍କା ରହିଛି । ବାଂଲାଦେଶରେ ଏହି ଫୋନ୍ ଦୁଇଟି କଲର ଅପ୍ସନ ସନସେଟ୍ ଅରେଞ୍ଜ ଏବଂ ଟ୍ୱିଲାଇଟ୍ ରେଡରେ ଉପଲବ୍ଧ ।

Leave a comment