ଭାରତରେ ଲଞ୍ଚ ହେଲା Vivo X200 ସିରିଜର ଆଉ ଏକ ଫୋନ୍ , ଜାଣନ୍ତୁ ଏହାର ପ୍ରାଇସ
ଭାରତରେ Vivo X200 ସିରିଜର ଆଉ ଏକ ଫୋନ୍ ଲଞ୍ଚ ହୋଇଛି । ଏହି Vivo ଫୋନ୍ ପାୱାରଫୁଲ୍ ଫିଚର୍ସ ସହିତ ଆସୁଛି । କମ୍ପାନୀ ଏହି ଫ୍ଲାଗସିପ୍ ଫୋନ୍ ବିଷୟରେ ବହୁତ ଦିନ ଧରି ଟିଜ୍ କରିଆସୁଛି । Vivo X200T ରେ ୫୦MP କ୍ୟାମେରା ଏବଂ ୫୧୨GB ଷ୍ଟୋରେଜ୍ ଅଛି । ଏହି ଫୋନ୍ ରେ ଏକ ଗୋଲ କ୍ୟାମେରା ଡିଜାଇନ୍ ମଧ୍ୟ ଅଛି । ଏହି ସିରିଜର ଅନ୍ୟ ମଡେଲଗୁଡ଼ିକ ପରି, ଏଥିରେ Zeiss କ୍ୟାମେରା ମଧ୍ୟ ଅଛି ।
ଫିଚର୍ସ:
Vivo ର ଏହି ଫ୍ଲାଗସିପ୍ ଫୋନ୍ ପାୱାରଫୁଲ୍ ଫିଚର୍ସରେ ପରିପୂର୍ଣ୍ଣ । ଏଥିରେ ୬.୬୭-ଇଞ୍ଚ FHD+ AMOLED ଡିସପ୍ଲେ ରହିଛି । ଏହି ଫୋନର ଡିସପ୍ଲେ ୫୦୦୦ ନିଟ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ ଏବଂ ଏଥିରେ ଏକ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । Vivo X200T ମିଡିଆଟେକ୍ ଡାଇମେନସିଟି 9400+ ପ୍ରୋସେସର୍ ଦ୍ୱାରା ପରିଚାଳିତ, ୧୨GB ପର୍ଯ୍ୟନ୍ତ RAM ଏବଂ ୫୧୨GB ଇଣ୍ଟାନାଲ୍ ଷ୍ଟୋରେଜ୍ ସହିତ ଆଡ୍ ହୋଇଛି ।
ଏହି ଫୋନରେ ଏକ ଦମଦାର୍ ୬୨୦୦mAh ବ୍ୟାଟେରୀ ଅଛି । ଏହି ଫୋନଟି ୯୦W ୱାୟର୍ଡ ଫାଷ୍ଟ ଚାର୍ଜିଂ ଏବଂ ୪୦W ୱାୟରଲେସ୍ ଚାର୍ଜିଂକୁ ସପୋର୍ଟ କରେ । ଏହି Vivo ଫୋନଟି Android 16 ଉପରେ ବେସ୍ଡ Origin OS 6 ରେ ଚାଲିଥାଏ । ଏହାର ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଅଛି । ଏଥିସହ ଫୋନରେ ଏକ ୫୦MP ମେନ୍ କ୍ୟାମେରା, ଏକ ୫୦MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଏବଂ ଏକ ୫୦MP ଟେଲିଫଟୋ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏକ ୩୨MP କ୍ୟାମେରା ଉପଲବ୍ଧ । ଏହି ଫୋନଟି IP68 ଏବଂ IP69 ରେଟେଡ୍, ଏହାକୁ ୱାଟର ଏବଂ ଡଷ୍ଟ ରେସିଷ୍ଟାନ୍ସ କରିଥାଏ ।
ପ୍ରାଇସ୍:
Vivo ଏହି ଫୋନକୁ ଭାରତରେ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରିଛି । ଯାହା ହେଉଛି- ୧୨GB RAM + ୨୫୬GB ଷ୍ଟୋରେଜ୍ ଏବଂ ୧୨GB RAM + ୫୧୨GB ଷ୍ଟୋରେଜ୍ ରହିଛି । ଫୋନଟି ୫୯,୯୯୯ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ୬୯,୯୯୯ ଟଙ୍କା । କମ୍ପାନୀ ପୂର୍ବରୁ ଫୋନଟିର ପ୍ରି-ଅର୍ଡରିଂ ଆରମ୍ଭ କରିସାରିଛି । ଏହି ସ୍ମାର୍ଟଫୋନର ସେଲ୍ ଫେବୃଆରୀ ୬ ତାରିଖରେ ଆରମ୍ଭ ହେବ । ପ୍ରି-ବୁକିଂ ଉପରେ କମ୍ପାନୀ ୫,୦୦୦ ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟ ମଧ୍ୟ ପ୍ରଦାନ କରୁଛି ।
ଏଥିସହ ଯଦି ଆପଣ ଏକ ପରୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ସ୍ମାର୍ଟଫୋନଟି ବେଷ୍ଟ ଅପ୍ସନ ହୋଇପାରିବ ।