ଗ୍ଲୋବାଲ୍ ମାର୍କେଟରେ ଆଉ ଦୁଇଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି Redmi,ଜାଣନ୍ତୁ ଏହି ଦୁଇଟି ଦମଦାର୍ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ

Xiaomiର ସବ୍-ବ୍ରାଣ୍ଡ Redmi ଗ୍ଲୋବାଲ୍ ମାର୍କେଟରେ ଆଉ ଦୁଇଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ Redmi 17 5G ସହିତ Redmi 17 4G ମଡେଲକୁ ମଧ୍ୟ ଲଞ୍ଚ କରିଛି । ଏହି ଦୁଇ ଫୋନରେ ରହିଛି ଯବରଦସ୍ତ ଫିଚର୍ସ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଦମଦାର୍ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଫିଚର୍ସ:
Redmiର ଏହି ଦୁଇ ନୂଆ ବଜେଟ୍ ସ୍ମାର୍ଟଫୋନରେ ୬.୯ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି । ଏହାର ରେଜଲୁସନ୍ ୭୨୦ x ୧୬୦୦ ପିକ୍ସେଲ୍। ଫୋନର ଡିସପ୍ଲେ ୧୨୦Hz ରିଫ୍ରେଶ୍ ରେଟ୍ ସପୋର୍ଟ କରେ । ଏଥିସହ ଡିସପ୍ଲେରେ ୮୨୫ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ମିଳିବ। ଡିସପ୍ଲେକୁ ସୁରକ୍ଷା ଦେବା ପାଇଁ କର୍ନିଂ ଗୋରିଲା ଗ୍ଲାସ୍ 7i ବ୍ୟବହାର କରାଯାଇଛି । ଏହା ସହିତ ଉଭୟ ଫୋନରେ IP64 ରେଟିଂ ମଧ୍ୟ ମିଳୁଛି।

ପ୍ରୋସେସର୍ ଓ ସଫ୍ଟୱେର୍:
Redmi 17 5Gରେ Qualcomm Snapdragon 4 Gen 5 ଚିପ୍ସେଟ୍ ଦିଆଯାଇଛି । ଅନ୍ୟପଟେ Redmi 17 4G ମଡେଲରେ MediaTek Helio G91 Ultra ଚିପସେଟ୍ ମିଳିବ।
ଉଭୟ ଫୋନ୍ ୪GB RAM ସହିତ ଆସୁଛି। Redmi 17 5Gରେ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ମିଳିବ। ଏହି ଦୁଇ ସ୍ମାର୍ଟଫୋନ୍ Android 16 ଉପରେ ଆଧାରିତ HyperOS 3ରେ ଚାଲିବ।

କ୍ୟାମେରା ଫିଚର୍ସ:
ଫଟୋଗ୍ରାଫି ପାଇଁ ଉଭୟ ଫୋନର ବ୍ୟାକରେ ୫୦ ମେଗାପିକ୍ସେଲର ମେନ୍ କ୍ୟାମେରା ରହିଛି । ଏହା ସହିତ ଆଉ ଏକ ସେକେଣ୍ଡାରୀ କ୍ୟାମେରା ମଧ୍ୟ ଦିଆଯାଇଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଉଭୟ ଫୋନରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳିବ । ଏହା ସହିତ ପ୍ରୋଟେକ୍ସନ ପାଇଁ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନସର୍ ଦିଆଯାଇଛି ।

ବ୍ୟାଟେରୀ ଓ ଚାର୍ଜିଂ:
ବ୍ୟାଟେରୀ କ୍ଷେତ୍ରରେ ମଧ୍ୟ ଫୋନ୍ ଦୁଇଟି ଦମଦାର ଫିଚର୍ ସହିତ ଆସୁଛି । ଉଭୟ ମଡେଲରେ ୭,୫୦୦mAhର ବଡ଼ ବ୍ୟାଟେରୀ ଦିଆଯାଇଛି । ଏହା ସହିତ ୪୫W ୱାୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ।

ପ୍ରାଇସ୍:
Redmi 17 4Gର ଦାମ ପ୍ରାୟ ୧୬ ହଜାର ଟଙ୍କା ରହିଛି । ଏହି ଭାରିଆଣ୍ଟରେ ୪GB RAM ସହିତ ୧୨୮GB ଷ୍ଟୋରେଜ୍ ମିଳୁଛି । ସେହିପରି Redmi 17 5Gର ୪GB RAM ଓ ୧୨୮GB ଷ୍ଟୋରେଜ୍ ମଡେଲ୍ର ଦାମ ହେଉଛି ୧୮ ହଜାର ଟଙ୍କା ରଖାଯାଇଛି । ଏହାର ୪GB RAM ଓ ୨୫୬GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ ୨୦ ହଜାର ଟଙ୍କା ରହିଛି ।

Redmi 17 4Gକୁ ବ୍ଲାକ୍, ଡିପ୍ ବ୍ଲୁ, ଲୋଟସ୍ ପର୍ପଲ୍ ଏବଂ ଓକ୍ ଗ୍ରୀନ୍ କଲର୍ରେ କିଣିପାରିବେ । ଅନ୍ୟପଟେ Redmi 17 5Gକୁ ବ୍ଲାକ୍, ଡିପ୍ ବ୍ଲୁ ଏବଂ ଭିଭିଡ୍ ଅରେଞ୍ଜ୍ କଲର୍ରେ ଲଞ୍ଚ କରାଯାଇଛି ।
ତେବେ ବଡ଼ ୭,୫୦୦mAh ବ୍ୟାଟେରୀ, ୧୨୦Hz ଡିସପ୍ଲେ, ୫୦MP କ୍ୟାମେରା ଏବଂ ୫G ସପୋର୍ଟ ଭଳି ଫିଚର୍ ସହ Redmi 17 5G ବଜେଟ୍ ସେଗମେଣ୍ଟରେ ଏକ ବଢ଼ିଆ ଅପ୍ସନ ହୋଇପାରେ ।

Leave a comment