ଲଞ୍ଚ ହେଲା ଜବରଦସ୍ତ ସ୍ମାନର୍ଟଫୋନ୍, ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ
ଗେମିଂ ଲଭର୍ସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା ଜବରଦସ୍ତ ସ୍ମାନର୍ଟଫୋନ୍ । ଯାହା ଗେମ୍ ଖେଳିବାର ଏକ୍ସେପେରିୟନ୍ସକୁ ଆହୁରି ଉନ୍ନି କରିବ । ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ । ପାୱାରଫୁଲ୍ ଗେମିଂ ଫୋନ୍ ଲଞ୍ଚ କରିଛି REDMAGIC । ଯେଉଁ ସ୍ମାର୍ଟଫୋନ୍ ବିଷୟରେ ଆମେ କହୁଛୁ ତାର ନାଁ ହେଉଛି REDMAGIC 11S Pro । ଏହି RedMagic ଫୋନ୍ ୧୬GB RAM ଏବଂ ୫୧୨GB ଷ୍ଟୋରେଜ୍ ଭଳି ପାୱାରଫୁଲ୍ ଫିଚର୍ସ ସହିତ ଲେସ୍ । ଏହି ଫୋନ୍ ବିଷୟରେ ଅଧିକ ଡିଟେଲ୍ସ ନିଟେରେ ପ୍ରକାଶ ପାଇଛି । ଏହି RedMagic ଫୋନ୍ ଗତବର୍ଷ ଲଞ୍ଚ ହୋଇଥିବା REDMAGIC 10S Proର ଏକ ଅପଗ୍ରେଡ୍ ଭର୍ସନ । ଏହି ଫୋନରେ AI ଇଣ୍ଟିଗ୍ରେସନ୍ ଏବଂ OLED ଡିସ୍ପ୍ଲେ ସହିତ ଏକ ଦମଦାର୍ ଚିପ୍ସେଟ୍ ରହିଛି ।
ଫିଚର୍ସ:
ଏହି ଫୋନରେ ୬.୮୫ ଇଞ୍ଚ 1.5K ରିଜୋଲ୍ୟୁସନ OLED ଡିସପ୍ଲେ ରହିଛି । କମ୍ପାନୀ ଏକ BOE ଡିସପ୍ଲେ ବ୍ୟବହାର କରିଛି । ଫୋନର ଡିସପ୍ଲେ ୧୪୪Hz ରିଫ୍ରେସ୍ ରେଟ୍, ୯୬୦Hz ଟଚ୍ ସାମ୍ପଲିଂ ରେଟ୍ ଏବଂ ୨୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଫୋନଟି Qualcomm Snapdragon 8 Elite Gen 5 ଚିପସେଟ୍ ଦ୍ୱାରା ପରିଚାଳିତ ।
ଏହି ଫୋନରେ ୧୬ ଜିବି ପର୍ଯ୍ୟନ୍ତ ରାମ୍ ଏବଂ ୫୧୨ ଜିବି ଷ୍ଟୋରେଜ୍ ରହିଛି । ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ ୫୦ MP ପ୍ରାଇମେରୀ କ୍ୟାମେରା ଏବଂ ୫୦ MP ସେକେଣ୍ଡାରୀ କ୍ୟାମେରା ରହିଛି । ପ୍ରାଇମେରୀ କ୍ୟାମେରାଟି OIS (ଅପ୍ଟିକାଲ୍ ଇମେଜ୍ ସ୍ଥିରୀକରଣ)କୁ ସପୋର୍ଟ କରେ । ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୬ MP ଫ୍ରଣ୍ଟ୍ କ୍ୟାମେରା ଉପଲବ୍ଧ ।
ଏହି ଗେମିଂ ଫୋନଟି ଏକ ପାୱାରଫୁଲ 7,500mAh ବ୍ୟାଟେରୀ ପ୍ୟାକ୍ କରେ ଏବଂ ୮୦W ୱାୟର୍ଡ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ। ଏହି ସ୍ମାର୍ଟଫୋନଟି Android 16 ରେ ଚାଲିଥାଏ । କନେକ୍ଟିଭିଟି ଅପ୍ସନଗୁଡ଼ିକ ମଧ୍ୟରେ Wi-Fi ଏବଂ Bluetooth ସାମିଲ୍ । ସକ୍ୟୁରିଟି ପାଇଁ, ଏଥିରେ ଫେସ୍ ଅନଲକ୍ ଏବଂ ଏକ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି ।
ପ୍ରାଇସ୍:
ଚାଇନିଜ୍ ବ୍ରାଣ୍ଡ ଏହି ଗେମିଂ ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରିଛି ଯାହା ହେଉଛି – ୧୨GB RAM + ୨୫୬GB ଷ୍ଟୋରେଜ୍ ଏବଂ ୧୬GB RAM + ୫୧୨GB ଷ୍ଟୋରେଜ୍ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ଯାହା ପ୍ରାୟ ୮୧,୨୪୫ ଟଙ୍କା । ଏହାର ଟପ୍ ଭାରିଆଣ୍ଟ ମୂଲ୍ୟ ୯୦,୮୧୫ ଟଙ୍କା ରହିଛି । ଏହି ଗେମିଂ ଫୋନ୍ ଜୁନ୍ ୧୦ ତାରିଖରୁ ସେଲ୍ ପାଇଁ ଉପଲବ୍ଧ ହେବ । ଏଥିସହ ଯଦି ଆପଣ ଏକ ପାୱାରଫୁଲ୍ ଗେମିଂ ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।