Realme Narzo 100x 5Gର Xରେ ଫୋନ୍ର ଏକ ଟିଜର୍ ରିଲିଜ , ଆସନ୍ତୁ ଜାଣିବା ଏହାର ଫିଚର୍ସ
ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହୋଇପାରେ Realme Narzo 100x 5G । କମ୍ପାନୀ ଏହି ଆଗାମୀ ଫୋନ୍ ଲଞ୍ଚ ହେବା କଥା ନିଶ୍ଚିତ କରିଛି । କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫୋନ୍ର ଏକ ପୋଷ୍ଟର ଟିଜର୍ ଲଞ୍ଚ କରିଛି । ପୂର୍ବରୁ, କମ୍ପାନୀ ଭାରତୀୟ ବଜାରରେ Narzo 100 Lite ଲଞ୍ଚ କରିସାରିଛି ।
Realme Narzo India ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଫୋନ୍ର ଏକ ଟିଜର୍ ଲଞ୍ଚ କରିଛି । ଏହି ଫୋନର ସେଗମେଣ୍ଟରେ ପାୱାରଫୁଲ ବ୍ୟାଟେରୀ ସୁବିଧା ଦିଆଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଏଥିରେ 8000mAh ବ୍ୟାଟେରୀ ରହିବ। ଏହି ଫୋନଟି ୧୫ ଜୁଲାଇରେ ଭାରତରେ ଲଞ୍ଚ ହେବ । ଏହି ଫୋନଟି ଇ-କମର୍ସ ୱେବସାଇଟ୍ Amazon ରେ ମଧ୍ୟ ଲିଷ୍ଟ ହୋଇଛି । ଏହା ସହିତ କମ୍ପାନୀ ଏହି ଟିଜରରେ ରିଲିଜ ହୋଇଥିବା ପୋଷ୍ଟରରେ ଫୋନର ଡିଜାଇନ୍ ମଧ୍ୟ ରିଭିଲ କରିଛି । ଏଥିରେ ଏକ ରିଙ୍ଗ-ଡିଜାଇନ୍ ହୋଇଥିବା LED ଫ୍ଲାସ୍ ସୁବିଧା ମଧ୍ୟ ରହିଛି । ଏହି ଫୋନକୁ ଗୋଲ୍ଡେନ୍ କିମ୍ବା ଅରେଞ୍ଜ କଲର ଅପ୍ସନ ଦିଆଯାଇଛି । ଏହି ଫୋନରେ 8000mAh ବ୍ୟାଟେରୀ ରହିବ । କମ୍ପାନୀ 10000mAh ବ୍ୟାଟେରୀ ସହିତ Realme Narzo Power ପ୍ରଚଳନ କରିଥିଲା ।
ଫିଚର୍ସ :
Realme Narzo 100 Lite 5Gରେ 6.8-ଇଞ୍ଚ LCD ଡିସପ୍ଲେ ରହିଛି । ଯାହା ଡିସପ୍ଲେ 144Hz ରିଫ୍ରେସ୍ ରେଟକୁ ସପୋର୍ଟ କରେ । ଏହା MediaTek Dimensity 6300 ଚିପସେଟ୍ ଦ୍ୱାରା ମଧ୍ୟ ପରିଚାଳିତ । ଏଥିରେ 7000mAh ବ୍ୟାଟେରୀ ପ୍ୟାକ୍ ରହିଛି ଏବଂ 15W ଚାର୍ଜିଂକୁ ସପୋର୍ଟ କରେ । ଏହାର ବ୍ୟାକ୍ ସାଇଡରେ ଡୁଆଲ୍ କ୍ୟାମେରାର ସେଟଅପ୍ ରହିଛି । ଯେଉଁଥିରେ 13MPର କ୍ୟାମେରା ସହିତ 5MP ସେଲଫି କ୍ୟାମେରା ମଧ୍ୟ ପ୍ରଦାନ କରାଯାଇଛି ।
Realme Narzo Power ରେ 6.8 ଇଞ୍ଚ 1.5K କର୍ଭଡ୍ AMOLED ଡିସପ୍ଲେ ଅଛି । ଫୋନର ଡିସପ୍ଲେ 144Hz ରିଫ୍ରେସ୍ ରେଟକୁ ସପୋର୍ଟ କରେ । ଏହା ସହିତ, ଏହାର ବ୍ରାଇଟନେସ୍ 6,500 nits ପର୍ଯ୍ୟନ୍ତ ଉପଲବ୍ଧ । ଏହା MediaTek Dimensity 7400 Ultra ଚିପସେଟ୍ ଦ୍ୱାରା ପରିଚାଳିତ । ଏଥିରେ ଏକ HyperVision+ AI ଚିପ୍ ମଧ୍ୟ ରହିଛି । ଫୋନଟି 80W ଫାଷ୍ଟ ଚାର୍ଜିଂ ସହିତ 10,001mAh ବ୍ୟାଟେରୀ ଦ୍ୱାରା ସମର୍ଥିତ । ଏଥିରେ 50MP ମେନ୍ କ୍ୟାମେରା ଏବଂ 8MP ଅଲଟ୍ରା-ୱାଇଡ୍ କ୍ୟାମେରା ସୁବିଧା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ 16MPର ଫ୍ରଣ୍ଟ କ୍ୟାମେରା ରହିଛି ।