ଭାରତୀୟ ବଜାରରେ ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରିବ ପୋକୋ,ଆସନ୍ତୁ ଜାଣିବା ତା ସହ

ସ୍ମାର୍ଟଫୋନ୍ ୟୁଜର୍ଙ୍କ ପାଇଁ ବଡ଼ ଖବର । ପୋକୋ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ତାହାର ନୂଆ X8 ସିରିଜ୍ । କମ୍ପାନୀ ପକ୍ଷରୁ କନଫର୍ମ କରାଯାଇଛି ଯେ, ସେପ୍ଟେମ୍ବର ୪ ତାରିଖରେ ଭାରତରେ Poco X8 ସିରିଜ୍ ଲଞ୍ଚ ହେବ । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ୍ ଆସିବ । ଏଗୁଡ଼ିକ ହେଉଛି Poco X8 ଏବଂ Poco X8 Power । ସବୁଠାରୁ ବଡ଼ ଆକର୍ଷଣ ହେଉଛି Poco X8 Power । ଏହି ଫୋନ୍ରେ ମିଳିବ ବଡ଼ ୧୦,୦୦୦mAh ବ୍ୟାଟେରୀ । ଏହା ସହିତ ୧୦୦ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିବ ।

ଅନ୍ୟପଟେ, ଷ୍ଟାଣ୍ଡାର୍ଡ Poco X8 ମଡେଲରେ ମିଳିବ ୯,୦୦୦mAh ବ୍ୟାଟେରୀ ଏବଂ ୬୮ ୱାଟ୍ ୱାୟାର୍ଡ ଫାଷ୍ଟ ଚାର୍ଜିଂ । ଦୁଇଟି ଫୋନରେ ୬.୮୩ ଇଞ୍ଚର ବଡ଼ ଡିସପ୍ଲେ ଦିଆଯିବ । Poco X8ରେ AMOLED ଡିସ୍ପ୍ଲେ ସହିତ FHD+ ରେଜୋଲୁସନ୍ ମିଳିପାରେ । ସେହିପରି Poco X8 Powerରେ ୧.୫K ରେଜୋଲୁସନର AMOLED ଡିସପ୍ଲେ ଏବଂ ୧୨୦Hz ରିଫ୍ରେସ୍ ରେଟ୍ ରହିବ । ପରଫର୍ମାନ୍ସ ପାଇଁ ଦୁଇଟି ଫୋନରେ Qualcomm Snapdragon 6 Gen ସିରିଜର ଚିପସେଟ୍ ମିଳିପାରେ ।

ଏହା ସହିତ ୮GB ଏବଂ ୧୨GB RAM ଅପ୍ସନ୍ ଓ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିବା ଆଶା କରାଯାଉଛି । କ୍ୟାମେରା ସେଗମେଣ୍ଟରେ ମଧ୍ୟ ଦୁଇଟି ଫୋନରେ ଭଲ ସ୍ପେସିଫିକେସନ୍ ରହିପାରେ । Poco X8 Powerରେ ୫୦ ମେଗାପିକ୍ସେଲର OIS ସପୋର୍ଟ ଥିବା ମେନ୍ କ୍ୟାମେରା ସହିତ ୮ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ମିଳିପାରେ । ସେଲ୍ଫି ପାଇଁ ୩୨ ମେଗାପିକ୍ସେଲ୍ କ୍ୟାମେରା ଦିଆଯାଇପାରେ । ସେହିପରି Poco X8ରେ ୫୦ ମେଗାପିକ୍ସେଲର OIS ମେନ୍ କ୍ୟାମେରା ଏବଂ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିପାରେ ।

ସଫ୍ଟୱେରକୁ ବିଷୟରେ କହିଲେ, ଦୁଇଟି ଫୋନ୍ Android 16 ଉପରେ ବେସ୍ଡ HyperOS 3 ସହିତ ଆସିପାରେ । କମ୍ପାନୀର ଟିଜରରେ Poco X8କୁ ଅରେଞ୍ଜ୍ ଏବଂ Poco X8 Powerକୁ ୟେଲୋ କଲରରେ ଦେଖିବାକୁ ମିଳିଛି । ଦୁଇଟି ସ୍ମାର୍ଟଫୋନକୁ ଫ୍ଲିପକାର୍ଟରେ ମଧ୍ୟ ଲିଷ୍ଟ କରାଯାଇଛି । ତେବେ ଫୋନଗୁଡ଼ିକର ଦାମ୍ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ । ତେଣୁ ୧୦,୦୦୦mAh ଏବଂ ୯,୦୦୦mAh ବ୍ୟାଟେAରୀ ସହିତ ଆସୁଥିବା ଏହି ଦୁଇଟି ଫୋନ୍ ମିଡ୍-ବଜେଟ୍ ସେଗମେଣ୍ଟରେ କେତେ ଦମ୍ ଦେଖାଇବ, ତାହା ସେପ୍ଟେମ୍ବର ୪ ପରେ ହିଁ ସ୍ପଷ୍ଟ ହେବ ।

Leave a comment