Oppo ନେଇ ଆସିଛି ଏକ ଦମଦାର ସ୍ମାର୍ଟଫୋନ୍ , ଜାଣନ୍ତୁ ଫିଚର୍ସ ବିଷୟରେ
ଆମେ ଯେଉଁ ଫୋନ୍ ବିଷୟରେ କହୁଛିୁ ତା ନାଁ ହେଉଛି- Oppo Find X9 Ultra । Oppoର ଏହି ଫ୍ଲାଗସିପ୍ ଫୋନ୍ ଦୁଇଟି ୨୦୦MP କ୍ୟାମେରା ସହିତ ଆସିଥାଏ । ଏହା ବ୍ୟତୀତ, ଏଥିରେ ୧୬GB RAM, 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ଏବଂ ସବୁଠାରୁ ପାୱାରଫୁଲ୍ ପ୍ରୋସେସର୍ ରହିଛି । ଚୀନ୍ ବ୍ରାଣ୍ଡର ଏହି ଫୋନ୍ ପ୍ରି-ଅର୍ଡର ପାଇଁ ଉପଲବ୍ଧ । ଏହି ଫୋନ୍ Oppo Find X9 ସିରିଜର ସବୁଠାରୁ ପ୍ରିମିୟମ୍ ମଡେଲ୍ ଭାବରେ ଲଞ୍ଚ ହୋଇଛି ।
ଫିଚର୍ସ:
ଏହି ପ୍ରିମିୟମ୍ ଫୋନରେ ୬.୮୨-ଇଞ୍ଚ LTPO 2.0 AMOLED ପ୍ୟାନେଲ୍ ରହିଛି । ଡିସପ୍ଲେ 120Hz ରିଫ୍ରେସ୍ ରେଟକୁ ସପୋର୍ଟ କରେ । ଫୋନର ଡିସପ୍ଲେର ରିଜୋଲ୍ୟୁସନ୍ ୩୨୧୬ x ୧୪୪୦ ପିକ୍ସେଲ୍ । ଫୋନର ଡିସପ୍ଲେରେ ଏକ ଅଲ୍ଟ୍ରାସୋନିକ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ମଧ୍ୟ ରହିଛି । ଏହି ସ୍ମାର୍ଟଫୋନ୍ Qualcomm Snapdragon 8 Elite Gen 5 ପ୍ରୋସେସରରେ କାମ କରେ। ଏହି ଫୋନରେ ୧୬GB LPDDR5X RAM ଏବଂ 1TB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ଅଛି । ଡାଟା ଟ୍ରାନ୍ସଫର ପାଇଁ ଫୋନଟି UFS 4.0 ଟେକ୍ନୋଲୋଜି ମଧ୍ୟ ପ୍ରଦାନ କରେ।
Oppo Find X9 Ultra ର ବ୍ୟାକରେ ଏକ କ୍ୱାଡ୍-କ୍ୟାମେରା ସେଟଅପ୍ ରହିଛି । ଫୋନଟିରେ ୨୦୦MP ର ପ୍ରାଇମେରୀ କ୍ୟାମେରା ସହିତ ୨୦୦MP ପେରିସ୍କୋପ୍ କ୍ୟାମେରା ରହିଛି । ଏହି ଫୋନରେ ଥାର୍ଡ କ୍ୟାମରାରେ ୫୦MP ପେରିସ୍କୋପ୍ କ୍ୟାମେରା ମଧ୍ୟ ମିଳିପାରିବ । ଏହା ସହିତ, ଫୋନଟିରେ ୫୦MP ର ଅଲ୍ଟ୍ରା-ୱାଇଡ୍-ଏଙ୍ଗଲ୍ କ୍ୟାମେରା ମଧ୍ୟ ରହିଛି । ସେଲଫି ଏବଂ ଭିଡିଓ ପାଇଁ, ଫୋନଟିରେ ୩୨MP ର Sony IMX615 ସେନ୍ସର ରହିଛି ।
Oppoର ଏହି ଫ୍ଲାଗସିପ୍ ଫୋନରେ ୭,୦୫୦mAh ର ଏକ ବଡ଼ ବ୍ୟାଟେରୀ ରହିଛି । ଏହା ୧୦୦W ୱାୟର୍ଡ ଏବଂ ୫୦W ୱାୟରଲେସ୍ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିବା ସହ ୧୦W ରିଭର୍ସ ୱାୟାରଲେସ୍ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ । ଏହି Oppo ଫୋନଟି Android 16 ଉପରେ ବେସ୍ଡ ColorOS 16 ରେ ଚାଲିଥାଏ । ଏହା ଫିଜିକାଲ୍ SIM ସହିତ eSIMକୁ ମଧ୍ୟ ସପୋର୍ଟ କରେ ।
ପ୍ରାଇସ୍:
Oppo ଏହି ଫୋନକୁ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପସ୍ଥାପନ କରିଛି, ଯାହା ହେଉଛି – ୧୨GB RAM + ୫୧୨GB ଷ୍ଟୋରେଜ୍ ଏବଂ ୧୬GB RAM + 1TB ଷ୍ଟୋରେଜ୍ ରହିଛି । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧,୪୦,୦୦୦ ଟଙ୍କା । Samsung Galaxy S26 Ultra ମଧ୍ୟ କମ୍ପାନୀ ଦ୍ୱାରା ୧,୩୯,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଛି । iPhone 17 Pro Max ର ମୂଲ୍ୟ ମଧ୍ୟ ସମାନ ରେଞ୍ଜରେ ରହିଛି । ଚୀନ୍ ବ୍ରାଣ୍ଡ ଏହି ଫୋନକୁ ଆସନ୍ତା ମାସ ମେ ୧୫ ତାରିଖରୁ ସେଲ୍ ପାଇଁ ଉପଲବ୍ଧ କରିବ । ଏହି ଫୋନକୁ ଆସନ୍ତା ମାସରେ ଭାରତରେ ଲଞ୍ଚ କରାଯିବ ବୋଲି ଆଶା କରାଯାଉଛି । ଏହା ସହିତ, Oppo Find X9s କୁ ମଧ୍ୟ ଭାରତୀୟ ବଜାରରେ ଉପସ୍ଥାପନ କରାଯିବ । ଯଦି ଆପଣ ଏଭଳି ଏକ ଦାମଦାର୍ ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।