Oppo ର ଦମଦାର୍ ସ୍ମାର୍ଟଫୋନ ଲଞ୍ଚ , Oppo K15 5G ରହିଛି ଅନେକ ଦମଦାର୍ ଫିଚର୍ସ
Oppo ନିଜର ବଜେଟ୍ ଫ୍ରେଣ୍ଡଲି K ସିରିଜ୍ରେ ଆଉ ଏକ ନୂଆ 5G ସ୍ମାର୍ଟଫୋନ ଲଞ୍ଚ କରିଛି । Oppo K15 Series ର ଏହି ନୂଆ ସ୍ମାର୍ଟଫୋନରେ 8000mAh ବ୍ୟାଟେରୀ ଓ 50MP କ୍ୟାମେରା ଭଳି ଦମଦାର ଫିଚର ଦିଆଯାଇଛି । ଏହା K15 ସିରିଜର ତୃତୀୟ ସ୍ମାର୍ଟଫୋନ, ଯାହା ଚୀନ୍ରେ ଲଞ୍ଚ ହୋଇଛି । ଏହା ପୂର୍ବରୁ କମ୍ପାନୀ Oppo K15 Pro ଓ Oppo K15 Pro+ ଲଞ୍ଚ କରିଥିଲା ।
ଫିଚର୍ସ:
ଏହି ଦମଦାର୍ ସ୍ମାର୍ଟଫୋନର ନାଁ ହେଉଛି- Oppo K15 5G । ଏହି ଫୋନର ଡିଜାଇନ୍ ପୂର୍ବରୁ ଲଞ୍ଚ ହୋଇଥିବା Oppo K15 Pro ଭଳି ରହିଛି । ଏଥିରେ 6.59 ଇଞ୍ଚର FHD+ AMOLED ଡିସପ୍ଲେ ଦିଆଯାଇଛି । ଏହାର ରେଜଲୁସନ 1256 x 2760 ପିକ୍ସେଲ ରହିଛି । ଡିସପ୍ଲେ 120Hz ରିଫ୍ରେଶ ରେଟ୍ ସପୋର୍ଟ କରୁଥିବା ବେଳେ ଏହାର ପିକ୍ ବ୍ରାଇଟନେସ୍ ୧୨୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି। ଫୋନରେ MediaTek Dimensity 7360 ପ୍ରୋସେସର ଦିଆଯାଇଛି । ଏହା ସହିତ 12GB RAM ଓ 256GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସପୋର୍ଟ ମିଳିବ । ଗେମିଂ ପାଇଁ ଏହି ଫୋନରେ Tidal ଇଞ୍ଜିନ୍ ଏବଂ ବଡ଼ ଭେପର ଚେମ୍ବର କୁଲିଂ ସିଷ୍ଟମ ଦିଆଯାଇଛି, ଯାହା ଫୋନକୁ ଅଧିକ ଗରମ ହେବାରୁ ରୋକିବ।
Oppo K15 5G ର ପଛ ପଟେ ଡୁଆଲ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ 50MP ମେନ୍ କ୍ୟାମେରା ଓ 50MP ଅଲ୍ଟ୍ରା ୱାଇଡ୍ କ୍ୟାମେରା ରହିଛି । ମେନ୍ କ୍ୟାମେରାରେ 10x ଡିଜିଟାଲ ଜୁମ୍ ଓ OIS ଫିଚର ମିଳିବ। ସେଲ୍ଫି ଓ ଭିଡିଓ କଲ୍ ପାଇଁ ଫୋନରେ 50MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏହି ସ୍ମାର୍ଟଫୋନରେ 8000mAh ର ବଡ଼ ବ୍ୟାଟେରୀ ଦିଆଯାଇଛି । ଏହା ସହିତ 80W ଫାଷ୍ଟ ଚାର୍ଜିଂ ସୁବିଧା ମିଳିବ । ଫୋନରେ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । ଏହା Android 16 ରେ ବେସ୍ଡ ColorOS 16 ରେ ଚାଲିବ। କନେକ୍ଟିଭିଟି ପାଇଁ WiFi, Bluetooth ଭଳି ଫିଚର ଦିଆଯାଇଛି।
ପ୍ରାଇସ୍:
Oppo K15 5G କୁ କେବଳ ଗୋଟିଏ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଏଥିରେ 12GB RAM ଓ 256GB ଷ୍ଟୋରେଜ୍ ମିଳିବ। ଏହାର ମୂଲ୍ୟ ୩୩,୦୦୦ ଟଙ୍କା ରହିଛି । ଏହି ଫୋନ Gale Grey ଓ Rapid White ଦୁଇଟି କଲରରେ ଉପଲବ୍ଧ ହେବ। ଖୁବଶୀଘ୍ର କମ୍ପାନୀର ଅଧିକାରିକ ୱେବସାଇଟ୍ରେ ଏହାର ବିକ୍ରି ଆରମ୍ଭ ହେବ ।