ଭାରତୀୟ ବଜାରରେ ଲଞ୍ଚ କଲା Oppo K14 Lite,ଏଥିରେ ରହିଛି ଜବରଦସ୍ତ ଫିଚର୍ସ, ଯାହା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

Oppo K14 Lite Launched ସ୍ମାର୍ଟଫୋନ୍ ଲଭର୍ସଙ୍କ ପାଇଁ ଆସିଲା ଖୁସି ଖବର । Oppo ଭାରତୀୟ ବଜାରରେ ଲଞ୍ଚ କରିଛି ନୂଆ ବଜେଟ୍ ସ୍ମାର୍ଟଫୋନ୍ । ଯାହାର ନାମ ହେଉଛି- Oppo K14 Lite। ଏହି ଫୋନର ସବୁଠାରୁ ବଡ଼ ଖାସିୟତ ହେଉଛି ଏଥିରେ ମିଳୁଛି ୭,୦୦୦mAhର ବଡ଼ ବ୍ୟାଟେରୀ । ଏଥିସହ ଏଥିରେ ରହିଛି ଜବରଦସ୍ତ ଫିଚର୍ସ, ଯାହା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

ଫିଚର୍ସ:

ଏହି ଫୋନରେ ମିଳୁଛି ୬.୭୫ ଇଞ୍ଚର HD+ LCD ଡିସ୍ପ୍ଲେ, ଯାହା ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ କରେ। ଡିସ୍ପ୍ଲେର ପିକ୍ ବ୍ରାଇଟନେସ୍ ରହିଛି ୯୦୦ ନିଟ୍ସ ପର୍ଯ୍ୟନ୍ତ । ଏହା ସହିତ ଫୋନଟି IP64 ରେଟେଡ୍ ମଧ୍ୟ ହୋଇଛି।

ପରଫର୍ମାନ୍ସ ପାଇଁ ଏଥିରେ ରହିଛି Unisoc T7250 ଅକ୍ଟା-କୋର୍ ପ୍ରୋସେସର୍ । କ୍ୟାମେରା କଥା କହିଲେ, ବ୍ୟାକରେ ମିଳୁଛି ୧୩MP ପ୍ରାଇମେରୀ କ୍ୟାମେରା, ଆଉ ସେଲ୍ଫି ପାଇଁ ରହିଛି ୫MP ଫ୍ରଣ୍ଟ କ୍ୟାମେରା । କ୍ୟାମେରାରେ AI ପୋର୍ଟ୍ରେଟ୍, ନାଇଟ୍ ମୋଡ୍ ଏବଂ ଟାଇମ୍-ଲାପ୍ସ ଭଳି ଫିଚର୍ ମଧ୍ୟ ମିଳୁଛି ।

ଏବେ ଜାଣିବା ବ୍ୟାଟେରୀ ବିଷୟରେ । Oppo K14 Liteରେ ରହିଛି ୭,୦୦୦mAhର ବଡ଼ ବ୍ୟାଟେରୀ, ଯାହା ୧୫W ୱାୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ କରେ । ସଫ୍ଟୱେର୍ ପାଇଁ ଫୋନଟି Android 16 ଉପରେ ବେସ୍ଡ ColorOS 16ରେ ଚାଲୁଛି । ଏଥିରେ ଡୁଆଲ୍ ସିମ୍, Wi-Fi ଏବଂ Bluetooth ଭଳି କନେକ୍ଟିଭିଟି ଫିଚର୍ ମଧ୍ୟ ରହିଛି ।

ଏଥିସହ ଏହି ଫୋନକୁ ଆପଣ ଦୁଇଟି ଜବରଦସ୍ତ କଲର ଅପ୍ସନରେ ଘରକୁ ଆଣିପାରିବେ ଯାହା ହେଉଛି- ଷ୍ଟୋନ୍ ବ୍ରାଉନ୍ ଏବଂ ଫେଦର୍ ପର୍ପଲ୍ । ଆପଣ ଏହାକୁ ଓପୋର ଅଫିସିଆଲ୍ ଇ-ଷ୍ଟୋର୍ ଏବଂ ଫ୍ଲିପକାର୍ଟରୁ କିଣିପାରିବେ ।

ପ୍ରାଇସ୍:

ଫୋନଟି ୪GB RAM ଏବଂ ୬୪GB ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଛି । ଏହାର ଦାମ ରହିଛି ୧୬,୯୯୯ ଟଙ୍କା । କିନ୍ତୁ ୧,୦୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ପରେ ଏହାକୁ ୧୫,୯୯୯ ଟଙ୍କାରେ କିଣିପାରିବେ । ଏହା ସହିତ ୩ ମାସର ନୋ-କଷ୍ଟ EMI ସୁବିଧା ମଧ୍ୟ ରହିଛି । ଏଥିସହ ଯଦି ଆପଣ ମଧ୍ୟ କମ୍ ଦାମରେ ଏକ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Leave a comment