ଭାରତୀୟ ମାର୍କେଟରେ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Oppo
Oppo ଭାରତୀୟ ମାର୍କେଟରେ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଖାସି କରି ଏହି ସ୍ମାର୍ଟଫୋନ୍ ୟୁଥ୍ ଏବଂ ପ୍ରଥମ ଥର ପାଇଁ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ବେଷ୍ଟ । ଏହି Oppo ଫୋନ୍ ମାତ୍ର ୧୩,୯୯୯ଟଙ୍କାରୁ ଆରମ୍ଭ ହେଉଛି । ଏଥିରେ 7000mAh ବ୍ୟାଟେରୀ ସହିତ ଅନେକ ଦମଦାର ଫିଚର୍ସର ସୁବିଧା ମଧ୍ୟ ରହିଛି । ଏହି ଶସ୍ତା ଫୋନ୍ Xiaomi, Vivo, Samsung ଏବଂ Infinix ଭଳି ବ୍ରାଣ୍ଡର ବଜେଟ୍ ଫୋନ୍ ସହିତ ଟକ୍କର ଦେଉଛି ।
ଚୀନ୍ କମ୍ପାନୀ ଏହି ସ୍ମାର୍ଟଫୋନ୍କୁ Oppo A6c ଭାବରେ ଲଞ୍ଚ କରିଛି । ଏହା ଦୁଇଟି ଷ୍ଟୋରେଜ୍ ଅପ୍ସନ 4GB RAM + 64GB ଏବଂ 4GB RAM + 128GB ରହିଛି । ଏହାର ଷ୍ଟାର୍ଟିଂ ପ୍ରାଇସ୍ ୧୩,୯୯୯ ଟଙ୍କା ଥିବାବେଳେ ଏହାର ଟପ୍ ଭାରିଆଣ୍ଟର ପ୍ରାଇସ୍ ୧୬,୯୯୯ଟଙ୍କା ରହିଛି । ଏହି ଶସ୍ତା ସ୍ମାର୍ଟଫୋନ୍ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ବ୍ୟତୀତ ଲିଡିଂ ରିଟେଲ ପ୍ଲାଟଫର୍ମରେ ଉପଲବ୍ଧ । ଏହା ଦୁଇଟି କଲର ଅପ୍ସନ ଫେଦର ହ୍ୱାଇଟ୍ ଏବଂ ଷ୍ଟୋନ୍ ବ୍ରାଉନ୍ ରହିଛି ।
ଫିଚର୍ସ :
ଏହି Oppo ଫୋନଟି ଏକ ବଡ଼ 6.75 ଇଞ୍ଚର ବଡ଼ HD+ ଡିସପ୍ଲେ ସହିତ ଉପଲବ୍ଧ । ଏହି ଫୋନର ରିଜୋଲ୍ୟୁସନ୍ 720 x 1570 ପିକ୍ସେଲ୍ । ଏହି ଫୋନର ଡିସପ୍ଲେ 120Hz ରିଫ୍ରେସ୍ ରେଟ୍ ଏବଂ 240Hz ଟଚ୍ ସାମ୍ପଲିଂ ରେଟକୁ ସପୋର୍ଟ କରେ । ଏହା ସହିତ ଏହାର ପିକ୍ ବ୍ରାଇଟନେସ୍ 900 ନିଟ୍ସ ପର୍ଯ୍ୟନ୍ତ ରହିଛି । ଏହି ବଜେଟ୍ ଫ୍ରେଣ୍ଡଲି ଫୋନ୍ଟି Unisoc T7250 ସହିତ ଉପଲବ୍ଧ । ଏଥିସହିତ ଫୋନରେ 4GB RAMର ସୁବିଧା ରହିଛି । ଯାହା ଏକ୍ସପାଣ୍ଡ କରାଯାଇପାରିବ । ଫୋନ୍ଟି 128GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍କୁ ମଧ୍ୟ ସପୋର୍ଟ କରେ । ଯାହାକୁ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ । ଫୋନ୍ରେ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଏବଂ ଫେସ୍ ଅନଲକ୍ ଭଳି ଫିଚର୍ସ ରହିଛି ।
Oppo A6c ର ବ୍ୟକ୍ସାଇଡରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଫୋନରେ 13MP ପ୍ରାଇମେରୀ ଏବଂ ଏକ ସେକେଣ୍ଡାରୀ କ୍ୟାମେରାର ସୁବିଧା ରହିଛି । ବ୍ୟାକରେ LED ଫ୍ଲାସ୍ଲାଇଟ୍ ସୁବିଧା ପାଇବେ ୟୁଜର୍ସ । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ, ଏହି Oppo ଫୋନରେ 5MP କ୍ୟାମେରା ରହିଛି । ଯେଉଁଥିରେ 7000mAh ବ୍ୟାଟେରୀ ଏବଂ 15W ୱାୟାର୍ଡ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । କନେକ୍ଟିଭିଟି ପାଇଁ WiFi, Bluetooth ଏବଂ 3.5mm ଅଡିଓ ଜ୍ୟାକ୍ ଭଳି ଫିଚର୍ସ ସୁବିଧା ପ୍ରଦାନ କରୁଛି ।