ଭାରତରେ ଲଞ୍ଚ ହୋଇଛି Motorola Edge 70 Max , ଆସନ୍ତୁ ଜାଣିବା ଫିଚର୍ସ
ଭାରତରେ ଲଞ୍ଚ ହୋଇଛି Motorola Edge 70 Max । ଏହି ଫୋନ୍ Motorola ର Edge 70 ସିରିଜର ସବୁଠାରୁ ପ୍ରିମିୟମ୍ ଫୋନ୍। ପୂର୍ବରୁ, କମ୍ପାନୀ ଏହି ସିରିଜରେ Edge 70, Edge 70 Fusion, Edge 70 Pro, ଏବଂ Edge 70 Pro+ ଲଞ୍ଚ କରିଥିଲା । ଏହି ଫୋନରେ ଏକ ପାୱାରଫୁଲ୍ 7,100mAh ବ୍ୟାଟେରୀ ଏବଂ ୭୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସହିତ ଏକ AMOLED ଡିସପ୍ଲେ ରହିଛି।
ଫିଚର୍ସ:
ଏହି Motorola ର ଫୋନଟି ବର୍ତ୍ତମାନ ଲଞ୍ଚ ହୋଇଥିବା Edge 70 Pro Plus ପରି ଦେଖାଯାଉଛି । ଏହାର ଲୁକ୍ ଏବଂ ଡିଜାଇନରେ ସାମାନ୍ୟ ପାର୍ଥକ୍ୟ ଅଛି । ଏହି ଫୋନରେ ୬.୮ ଇଞ୍ଚ QHD+ Extreme AMOLED ଡିସପ୍ଲେ ଅଛି ଯାହାର ରିଜୋଲ୍ୟୁସନ୍ 1440 x 3168 ପିକ୍ସେଲ୍ । ଫୋନର ଡିସପ୍ଲେ ୧୪୪Hz ରିଫ୍ରେସ୍ ରେଟ୍ ଏବଂ ୭୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିବ। ସିକ୍ୟେୁରିଟି ପାଇଁ Corning Gorilla Glass 7i ଦିଆଯାଇଛି। ଏହି Motorola ଫୋନ୍ ଟି Android 16 ଅପରେଟିଂ ସିଷ୍ଟମ୍ରେ ଚାଲିଥାଏ।
ଏହି ଫୋନଟି Qualcomm Snapdragon 8 Gen 5 ଫ୍ଲାଗସିପ୍ ଚିପ୍ସେଟ୍ ଦ୍ୱାରା ପରିଚାଳିତ, 12GB ପର୍ଯ୍ୟନ୍ତ RAM ଏବଂ 256GB ଷ୍ଟୋରେଜ୍ ରହିଛି । ଫୋନଟି IP68 ଏବଂ IP69 ରେଟେଡ୍, ଯାହା ଏହାକୁ ୱାଟର ରେସିଷ୍ଟାନ୍ସ କରିଥାଏ । ଏଥିରେ ଏକ ଇନ-ଡିସ୍ପ୍ଲେ ଅଲ୍ଟ୍ରାସୋନିକ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ମଧ୍ୟ ରହିଛି ।
Motorola Edge 70 Max ର ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଫୋନରେ OIS ସହିତ ଏକ ୫୦MP ପ୍ରାଇମେରୀ କ୍ୟାମେରା, ଏକ 8MP ଅଲ୍ଟ୍ରା-ୱାଇଡ୍-ଏଙ୍ଗଲ୍ ଲେନ୍ସ ଏବଂ ଏକ 2-ଇନ୍-1 ଲାଇଟ୍ ସେନ୍ସର୍ ସାମିଲ୍ । ସେଲଫି ଏବଂ ଭିଡିଓ କଲିଂ ପାଇଁ, ଫୋନରେ 32MP ଫ୍ରଣ୍ଟ କ୍ୟାମେରା ଅଛି । ଫୋନଟି 7,100mAh ବ୍ୟାଟେରୀ ପ୍ୟାକ୍ କରେ ଏବଂ ୯୦W ୱାୟର୍ଡ ଏବଂ ୨୫W ୱାୟରଲେସ୍ ଚାର୍ଜିଂକୁ ସପୋର୍ଟ କରେ।
ପ୍ରାଇସ୍:
Motorola Edge 70 Max ଭାରତରେ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରାଯାଇଛି ଯାହା ହେଉଛି – 8GB RAM + 256GB ଷ୍ଟୋରେଜ୍ ଏବଂ 12GB RAM + 256GB ଷ୍ଟୋରେଜ୍ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୫୪,୯୯୯ ଟଙ୍କା ରହିଛି । ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ୫୯,୯୯୯ ରେ ଉପଲବ୍ଧ। ଏହି Motorola ଫୋନ୍ ଇ-କମର୍ସ ୱେବସାଇଟ୍ Flipkart ରେ ସେଲ୍ ପାଇଁ ଉପଲବ୍ଧ ହେବ । ଫୋନର ପ୍ରଥମ ସେଲ୍ ୨୦ ଜୁଲାଇରେ ଅନୁଷ୍ଠିତ ହେବ। କମ୍ପାନୀ ଫୋନ୍ କିଣିବା ଉପରେ ୫,୦୦୦ ର ଇନଷ୍ଟାଣ୍ଟ ଡିସକାଉଣ୍ଟ ପ୍ରଦାନ କରୁଛି । ଏହି ଫୋନ୍ Panatone Dark Shadow ଏବଂ Panatone Ice Melt କଲରରେ ଉପଲବ୍ଧ । ଏଥିସହ ଯଦି ଆପଣ ମଧ୍ୟ ଏହିପରି ଏକ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।