ବିଦେଶ ଯାତ୍ରା କରୁଥିବା ୟୁଜର୍ସଙ୍କ ପାଇଁ Airtel ଖୁସି ଖବର ଦେଇଛି,କମ୍ପାନୀ ନିଜର ସମସ୍ତ ପୋଷ୍ଟପେଡ୍ ପ୍ଲାନ୍ ସହିତ ଫ୍ରି ଇଣ୍ଟରନ୍ୟାସନାଲ୍ ରୋମିଂ ଅଫର୍ କରିଛି

xr:d:DAGBDJnnu_k:2,j:2621518353156410764,t:24033105

ବିଦେଶ ଯାତ୍ରା କରୁଥିବା ୟୁଜର୍ସଙ୍କ ପାଇଁ Airtel ଖୁସି ଖବର ଦେଇଛି । କମ୍ପାନୀ ନିଜର ସମସ୍ତ ପୋଷ୍ଟପେଡ୍ ପ୍ଲାନ୍ ସହିତ ଫ୍ରି ଇଣ୍ଟରନ୍ୟାସନାଲ୍ ରୋମିଂ ଅଫର୍ କରିଛି । ଏହା ପୂର୍ବରୁ Vodafone-Idea ମଧ୍ୟ ୧୭୬ଟି ଦେଶରେ ଇଣ୍ଟରନ୍ୟାସନାଲ୍ ରୋମିଂ ଫ୍ରି କରିଥିଲା । ତେବେ Airtelର ଏହି ଫ୍ରି ଇଣ୍ଟରନ୍ୟାସନାଲ୍ ରୋମିଂ ଅଫର୍ ପାଇଁ କିଛି ନିୟମ ଓ ସର୍ତ୍ତ ମଧ୍ୟ ରହିଛି ।

ଇଣ୍ଟରନ୍ୟାସନାଲ୍ ରୋମିଂ ପ୍ୟାକ୍ ଆକ୍ଟିଭେଟ୍ କରୁଥିବା ୟୁଜର୍ସ ଗୋଟିଏ ସିମରେ ବର୍ଷକୁ ମାତ୍ର ଥରେ ଏହି ଫ୍ରି ଅଫର‌ର ଲାଭ ନେଇପାରିବେ । ଏହି କମ୍ପ୍ଲିମେଣ୍ଟାରୀ ଇଣ୍ଟରନ୍ୟାସନାଲ୍ ପ୍ୟାକ୍‌ରେ ୟୁଜର୍ସଙ୍କୁ ୫GB ଡାଟା ମିଳିବ । ଏହା ସହିତ ୬୦ ମିନିଟ୍ ଫ୍ରି କଲିଂ ମଧ୍ୟ ମିଳିବ । ଏହି କଲିଂ ମିନିଟ୍ ଇନକମିଂ ଏବଂ ଆଉଟଗୋଇଂ- ଉଭୟ କଲ୍ ପାଇଁ ବ୍ୟବହାର କରିହେବ । ଏହା ବ୍ୟତୀତ ୟୁଜର୍ସଙ୍କୁ ୨୫ଟି ଆଉଟଗୋଇଂ SMSର ସୁବିଧା ମିଳିବ । ଏହି ଇଣ୍ଟରନ୍ୟାସନାଲ୍ ରୋମିଂ ପ୍ୟାକର ଭାଲିଡିଟି ୫ ଦିନ ରହିଛି । ତେବେ ଇଣ୍ଟରନ୍ୟାସନାଲ୍ ରୋମିଂ ସମୟରେ ଇନକମିଂ SMS ପାଇଁ କୌଣସି ସୀମା ରହିବ ନାହିଁ ।

Airtelର ସୂଚନା ଅନୁସାରେ, ଏହି ଅଫର୍ କମ୍ପାନୀର ସମସ୍ତ ପୁରୁଣା ଏବଂ ନୂଆ ପୋଷ୍ଟପେଡ୍ ପ୍ଲାନ୍ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଟେଲିକମ୍ କମ୍ପାନୀ ୪୯୯, ୭୪୯, ୧୦୪୯, ୧୨୪୯, ୧୪୪୯ ଏବଂ ୧୭୯୯ ଟଙ୍କାର ପୋଷ୍ଟପେଡ୍ ପ୍ଲାନ୍ ସହିତ ଫ୍ରି ଇଣ୍ଟରନ୍ୟାସନାଲ୍ ରୋମିଂ ଅଫର୍ କରୁଛି । ଏହି ସମସ୍ତ ଇଣ୍ଡିଭିଜୁଆଲ୍ ଏବଂ ଫ୍ୟାମିଲି ପ୍ଲାନ୍ ସହିତ କମ୍ପ୍ଲିମେଣ୍ଟାରୀ ଇଣ୍ଟରନ୍ୟାସନାଲ୍ ରୋମିଂ ମାଗଣାରେ ମିଳିବ ।

ପୁରୁଣା ପୋଷ୍ଟପେଡ୍ ପ୍ଲାନ୍ ଏବଂ ପ୍ରିପେଡ୍ ପ୍ଲାନ୍ ବ୍ୟବହାର କରୁଥିବା ୟୁଜର୍ସ Airtel Thanks ଆପକୁ ଯାଇ ନୂଆ ପୋଷ୍ଟପେଡ୍ ପ୍ଲାନ୍ ଚୟନ କରିପାରିବେ । ଏହାପରେ ବିଦେଶ ଯାତ୍ରାରେ ଯିବା ପୂର୍ବରୁ ଆପରେ ଥିବା ଇଣ୍ଟରନ୍ୟାସନାଲ୍ ରୋମିଂ ଅପ୍ସନକୁ ଯାଇ ଏହାକୁ ଆକ୍ଟିଭେଟ୍ କରିପାରିବେ। ଆକ୍ଟିଭେଟ୍ କରିବା ପରେ ୫ ଦିନ ପର୍ଯ୍ୟନ୍ତ ୟୁଜର୍ସଙ୍କୁ ବିଦେଶ ଯାତ୍ରା ସମୟରେ ଏହି ଫ୍ରି ଇଣ୍ଟରନ୍ୟାସନାଲ୍ ରୋମିଂ ବେନିଫିଟ୍ ମିଳିବ ।

Leave a comment