ୟୁଜରମାନଙ୍କ ପାଇଁ ଏକ ନୂଆ ଫିଚର୍ ଆଣିଛି ଇନ୍‌ଷ୍ଟାଗ୍ରାମ, ଜାଣନ୍ତୁ ତାହା କଣ

ଇନ୍‌ଷ୍ଟାଗ୍ରାମ ୟୁଜରମାନଙ୍କ ପାଇଁ ଏକ ନୂଆ ଫିଚର୍ ରୋଲଆଉଟ୍ କରାଯାଉଛି, ଯାହାଦ୍ୱାରା ପ୍ରୋଫାଇଲ୍ ମ୍ୟାନେଜ୍ କରିବା ଆଗରୁ ଅଧିକ ସହଜ ହେବ । ଏବେ ୟୁଜରମାନେ ନିଷ୍ପତ୍ତି ନେଇପାରିବେ ଯେ, ସେମାନଙ୍କୁ ଟ୍ୟାଗ୍ କରାଯାଇଥିବା ପୋଷ୍ଟଗୁଡ଼ିକ ମଧ୍ୟରୁ କେଉଁ ପୋଷ୍ଟ ମୁଖ୍ୟ ପ୍ରୋଫାଇଲ୍ ଗ୍ରିଡ୍‌ରେ ଦେଖାଯିବ । ଏପର୍ଯ୍ୟନ୍ତ ଏଭଳି ପୋଷ୍ଟଗୁଡ଼ିକ କେବଳ ଅଲଗା ଟ୍ୟାଗ୍‌ଡ୍ ସେକ୍ସନ୍‌ରେ ଦେଖିବାକୁ ମିଳୁଥିଲା । ନୂଆ ଫିଚର୍ ଅନୁସାରେ, ପସନ୍ଦ କରାଯାଇଥିବା ଟ୍ୟାଗ୍ ପୋଷ୍ଟଗୁଡ଼ିକୁ ମୁଖ୍ୟ ପ୍ରୋଫାଇଲ୍ ଗ୍ରିଡ୍‌ରେ ମଧ୍ୟ ଯୋଡ଼ାଯାଇପାରିବ । ଏହି ଫିଚର୍ ବର୍ତ୍ତମାନ ସାରା ବିଶ୍ୱରେ ରୋଲଆଉଟ୍ କରାଯାଉଛି ।

ଇନ୍‌ଷ୍ଟାଗ୍ରାମର ପ୍ରମୁଖ ଆଡମ୍ ମୋସେରି ଏକ ପୋଷ୍ଟ ମାଧ୍ୟମରେ ନୂଆ ଫିଚରର ଗ୍ଲୋବାଲ୍ ରୋଲଆଉଟ୍ ବିଷୟରେ ସୂଚନା ଦେଇଛନ୍ତି। ଯାହା ସାହାଯ୍ୟରେ ୟୁଜର୍ସ ସେହି ପୋଷ୍ଟଗୁଡ଼ିକୁ ନିଜର ମୁଖ୍ୟ ପ୍ରୋଫାଇଲ୍ ଗ୍ରିଡ୍‌ରେ ଯୋଡ଼ିପାରିବେ, ଯେଉଁଥିରେ ସେମାନଙ୍କୁ ଟ୍ୟାଗ୍ କରାଯାଇଛି । ଏହା ଫଳରେ ୟୁଜରମାନେ ନିଜ ପ୍ରୋଫାଇଲ୍‌ରେ ଟ୍ୟାଗ୍ ହୋଇଥିବା କେଉଁ ଫଟୋ କିମ୍ବା ପୋଷ୍ଟ ନିଜସ୍ୱ କଣ୍ଟେଣ୍ଟ ସହିତ ଦେଖାଯିବ, ତାହା ନିଜେ ନିର୍ଦ୍ଧାରଣ କରିପାରିବେ । ଗ୍ରୁପ୍ ଫଟୋ, କ୍ରିଏଟରଙ୍କ ସହ କରାଯାଇଥିବା ପୋଷ୍ଟ ଏବଂ ବିଶେଷ ସ୍ମୃତି ସହ ଜଡ଼ିତ ଫଟୋଗୁଡ଼ିକୁ ପ୍ରୋଫାଇଲରେ ପ୍ରଦର୍ଶିତ କରିବା ପାଇଁ ଏହି ଫିଚର୍ସ ବ୍ୟବହାର କରାଯାଇପାରିବ ।

ଟ୍ୟାଗ୍ କରାଯାଇଥିବା ପୋଷ୍ଟକୁ ମୁଖ୍ୟ ପ୍ରୋଫାଇଲ୍ ଗ୍ରିଡ୍‌ରେ ଯୋଡ଼ିବା ପାଇଁ ଇନଷ୍ଟାଗ୍ରାମ୍ ତିନୋଟି ଉପାୟ ଦେଇଛି । କୌଣସି ପୋଷ୍ଟରେ ଆପଣଙ୍କୁ ଟ୍ୟାଗ୍ କରାଯିବା ପରେ ମିଳୁଥିବା ଡାଇରେକ୍ଟ ମେସେଜ୍ ନୋଟିଫିକେସନ୍‌ ମାଧ୍ୟମରେ ଏହାକୁ ପ୍ରୋଫାଇଲ୍ ଗ୍ରିଡ୍‌ରେ ଯୋଡ଼ାଯାଇପାରିବ । ଏହାଏହା ବ୍ୟତୀତ ଟ୍ୟାଗ୍ କରାଯାଇଥିବା ପୋଷ୍ଟର ତିନିଟି ଡଟ୍‌ ଥିବା ମେନୁରେ ମଧ୍ୟ ଏହି ବିକଳ୍ପ ମିଳିବ । ୟୁଜର୍ସ ଟ୍ୟାଗ୍‌ ସେକ୍ସନ୍‌ରେ କୌଣସି ପୋଷ୍ଟକୁ ଦବାଇ ଧରି ରଖିବା ପରେ ମଧ୍ୟ ଏହାକୁ ନିଜର ମୁଖ୍ୟ ପ୍ରୋଫାଇଲ୍ ଗ୍ରିଡ୍‌ରେ ଯୋଡ଼ିପାରିବେ । ନୂଆ ପୋଷ୍ଟଗୁଡ଼ିକ ଡିଫଲ୍ଟ ଭାବେ ପ୍ରୋଫାଇଲ୍ ଗ୍ରିଡ୍‌ରେ ଉଲଟାରେ ଦେଖାଯିବ ।

ଯଦି ଜଣେ ଉପଭୋକ୍ତା ପରେ ତାଙ୍କର ମୁଖ୍ୟ ପ୍ରୋଫାଇଲରୁ ଏକ ଟ୍ୟାଗ୍ ହୋଇଥିବା ପୋଷ୍ଟକୁ ହଟାଇବାକୁ ଚାହାଁନ୍ତି, ତେବେ ସେମାନେ ତାହା କରିପାରିବେ । ପୋଷ୍ଟକୁ ମୁଖ୍ୟ ଗ୍ରିଡ୍‌ରୁ ହଟାଇଲେ ମୂଳ ପୋଷ୍ଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ଏହା ଟ୍ୟାଗ୍‌ ସେକ୍ସନ୍‌ରୁ ମଧ୍ୟ ହଟିବ ନାହିଁ । ଯେଉଁ ୟୁଜର୍ସ ପୂର୍ବରୁ ନିଜ ପ୍ରୋଫାଇଲ୍ ଗ୍ରିଡ୍‌ର ଲେଆଉଟ୍ ବଦଳାଇଛନ୍ତି, ସେମାନଙ୍କ ପାଇଁ ନୂଆ ପୋଷ୍ଟ ଆସିଲେ ଆପେଆପେ ପୁରୁଣା ଲେଆଉଟ୍ ରିସେଟ୍ ହେବ ନାହିଁ।

ଏହି ଫିଚର୍ ବର୍ତ୍ତମାନ ସାରା ବିଶ୍ୱରେ ରୋଲ୍‌ଆଉଟ୍ ହେଉଛି । ତେବେ, ସମସ୍ତ ଆକାଉଣ୍ଟରେ ଏହା ଉପଲବ୍ଧ ହେବା ପାଇଁ କେତେ ସମୟ ଲାଗିବ, ସେନେଇ ଇନ୍‌ଷ୍ଟାଗ୍ରାମ୍ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଜଣାଇନାହିଁ ।

Leave a comment