ପୁଣି ଥରେ ବଡ଼ ବ୍ୟାଟେରୀ ସହିତ ଏକ ଫୋନ୍ ଲଞ୍ଚ କରିଛି Honor,ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ
ପୁଣି ଥରେ ବଡ଼ ବ୍ୟାଟେରୀ ସହିତ ଏକ ଫୋନ୍ ଲଞ୍ଚ କରିଛି Honor ।ଏହି ଚୀନ୍ କମ୍ପାନୀର ଫୋନ୍ ଏକ ପାୱାରପୁଲ୍ ୧୧,୦୦୦mAh ବ୍ୟାଟେରୀ ସହିତ ଆସିଛି । କମ୍ପାନୀ ପୂର୍ବରୁ ଫୋନ୍ ଲଞ୍ଚ ହେବାର ସୂଚନା ଦେଇଥିଲା । ଏହା ସହିତ, ଏହି ଫୋନରେ ୧୦,୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସହିତ ବିଶ୍ୱର ପ୍ରଥମ ଡିସପ୍ଲେ ରହିଛି । ଏହି ଫୋନରେ ୧୨GB RAM ଏବଂ ଅନ୍ୟାନ୍ୟ ଅନେକ ଦମଦାର୍ ଫିଚର୍ସ ମଧ୍ୟ ରହିଛି । ଏହି ଫୋନ୍ ଚୀନ୍ ବଜାରରେ ସେଲ୍ ପାଇଁ ଉପଲବ୍ଧ କରାଯାଇଛି । ଆମେ ଯେଉଁ ସ୍ମାର୍ଟାଫାନ୍ ବିଷୟରେ କହୁଛୁ ତା ନାଁ ହେଉଛି- Honor X80 Pro Max । ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।
ଫିଚର୍ସ:
ଏହି Honor ଫୋନଟି ୬.୭୮ ଇଞ୍ଚ 1.5K LTPS AMOLED ଡିସପ୍ଲେ ସହିତ ଆସିଥାଏ । ଏହି ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୧୦,୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ। ଡିସପ୍ଲେ ପ୍ରୋଟେକ୍ସନ ପାଇଁ ଆଲୁମିନିୟମ ସିଲିକେଟ୍ ମେଟେରିଆଲ୍ ବ୍ୟବହାର କରାଯାଇଛି । ଫୋନଟି IP68 + IP69 + IP69K ୱାଟର ଏବଂ ଡଷ୍ଟ ରେସିଷ୍ଟାନ୍ସ ହୋଇଥାଏ ।
ଏହି ସ୍ମାର୍ଟଫୋନଟି ଏକ Qualcomm Snapdragon 6 Gen 5 ଚିପସେଟ୍ ଦ୍ୱାରା ପରିଚାଳିତ, ୧୨GB RAM ଏବଂ ୫୧୨GB ଷ୍ଟୋରେଜ୍ ସହିତ ଆସିଛି । ଫୋନର ବ୍ୟାକରେ ୫୦MP ପ୍ରାଇମେରୀ OIS କ୍ୟାମେରା ସହିତ ୮MP ସେକେଣ୍ଡାରୀ କ୍ୟାମେରା ମଧ୍ୟ ପ୍ରଦାନ କରେ । ସେଲଫି ଏବଂ ଭିଡିଓ କଲିଂ ପାଇଁ, ଫୋନଟି 8MP ଫ୍ରଣ୍ଟ କ୍ୟାମେରା ମଧ୍ୟ ପ୍ରଦାନ କରେ।
ଏହି Honor ସ୍ମାର୍ଟଫୋନର ପ୍ରମୁଖ ଆକର୍ଷଣ ହେଉଛି ଏହାର ପାୱାରପୁଲ୍ ୧୧,୦୦୦ mAh ବ୍ୟାଟେରୀ । ଏହା ୯୦W ଫାଷ୍ଟ ଚାର୍ଜିଂ ଏବଂ ୨୭W ରିଭର୍ସ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ। ଏହି ଫୋନ୍ Android 16 ରେ ଚାଲିଥାଏ । ଏହା ବ୍ୟତୀତ, ଏହା 5G, 4G, LTE, WiFi 6 ଏବଂ ବ୍ଲୁଟୁଥ୍ ଭଳି କନେକ୍ଟିଭିଟି ଅପ୍ସନ ପ୍ରଦାନ କରେ।
ପ୍ରାଇସ୍:
ଏହି Honor ଫୋନଟି ପ୍ରାୟ ୨୮,୦୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ ହୋଇଛି । ଏଥିସହ ଏହାକୁ ୪ଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି ଯାହା ହେଉଛି- ୮GB RAM + ୧୨୮GB ଷ୍ଟୋରେଜ୍, ୮GB RAM + ୨୫୬GB ଷ୍ଟୋରେଜ୍, ୮GB RAM + ୫୧୨GB ଷ୍ଟୋରେଜ୍ ଏବଂ ୧୨GB RAM + 512GB ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଅନ୍ୟ ତିନୋଟି ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୩୧,୦୦୦, ୩୫,୦୦୦ ଏବଂ ୩୯,୦୦୦ ଟଙ୍କା ରହିଛି ।
ଏହି ଫୋନ୍ ୨୬ ଜୁନ୍ ଠାରୁ ଚୀନ୍ ବଜାରରେ ସେଲ୍ ପାଇଁ ଉପଲବ୍ଧ ହେବ । ଏଥିସହ ଏହାକୁ ମଧ୍ୟ ୪ଟି କଲର ଅପ୍ସନରେ ଘରକୁ ଆଣିପାରିବେ ଯାହା ହେଉଛି- ଲାଇଟନିଂ ରେଡ୍, ମୁନଲାଇଟ୍ ହ୍ୱାଇଟ୍, ମିଷ୍ଟିକ୍ ବ୍ଲାକ୍ ଏବଂ ଭାଇବ୍ରାଣ୍ଟ ଅରେଞ୍ଜ କଲର ଅପ୍ସନରେ ଉପଲବ୍ଧ ହେବ। ଯଦି