ଆଉ ଏକ ଶସ୍ତା ଫୋନ୍ ଲଞ୍ଚ କରିଛି HMD ,ଆସନ୍ତୁ ଜାଣିବା ଏହି ଶସ୍ତା ସ୍ମାର୍ଟଫୋନଟିର ସମ୍ପୂର୍ଣ୍ଣ ଡିଟେଲ୍ସ

HMD ଆଉ ଏକ ଶସ୍ତା ଫୋନ୍ ଲଞ୍ଚ କରିଛି । ଏହି ଶସ୍ତା ଫୋନ୍ ୨୦୨୪ ମସିହାରେ ଲଞ୍ଚ ହୋଇଥିବା HMD Arc ର ଏକ ଅପଗ୍ରେଡ୍ । ଏହାକୁ Arc 2 କୁହାଯାଏ, ଏଥିରେ ଏକ ପାୱାରଫୁଲ୍ ୫୦୦୦mAh ବ୍ୟାଟେରୀ ରହିଛି । ଏହା ସ୍ପେଶାଲ ଭାବରେ ବଜେଟ୍-ଫ୍ରେଣ୍ଡଲି ୟୁଜର୍ସଙ୍କ ପାଇଁ ଡିଜାଇନ୍ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଶସ୍ତା ସ୍ମାର୍ଟଫୋନଟିର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଫିଚର୍ସ:
ଏହି HMAD ଫୋନଟି 6.52-ଇଞ୍ଚ IPS LCD ଡିସପ୍ଲେ ସହିତ ଆସିଥାଏ । ଏହି ଡିସପ୍ଲେ HD+ ରିଜୋଲ୍ୟୁସନ୍ ଏବଂ ୬୦Hz ରିଫ୍ରେସ୍ ରେଟ୍ ସପୋର୍ଟ କରେ। ଏହା Android 14 Go ଅପରେଟିଂ ସିଷ୍ଟମରେ ଚାଲିଥାଏ, ଯାହା ସାଧାରଣତଃ ବଜେଟ୍ ଫ୍ରେଣ୍ଡଲି ଫୋନଗୁଡ଼ିକରେ ବ୍ୟବହୃତ ହୁଏ । କମ୍ପାନୀ ଏହି ଫୋନରେ Unisoc SC9863A ଚିପସେଟ୍ ପ୍ରଦାନ କରିଛି । ଏହା 4GB RAM ଏବଂ 128GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସହିତ ଆସିଥାଏ । ଫୋନରେ ୧୨nm ପ୍ରୋସେସିଂ ଚିପସେଟ୍ ରହିଛି । ଫୋନର ଷ୍ଟୋରେଜ୍ ଏକ microSD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ।

HMD Arc 2 ରେ ୧୩MP ମେନ୍ କ୍ୟାମେରା ଏବଂ ୫MP ସେଲଫି କ୍ୟାମେରା ରହିଛି । ଫୋନଟି ୧୦W ଚାର୍ଜିଂ ସହିତ ୫୦୦୦mAh ବ୍ୟାଟେରୀ ଦ୍ୱାରା ସମର୍ଥିତ । ଫୋନଟି USB ଟାଇପ୍-C ଚାର୍ଜିଂ ଏବଂ 3.5mm ଅଡିଓ ଜ୍ୟାକ୍ ମଧ୍ୟ ରହିଛି । କନେକ୍ଟିଭିଟି ଅପ୍ସନଗୁଡ଼ିକ ମଧ୍ୟରେ 4G LTE, ବ୍ଲୁଟୁଥ୍ ଏବଂ WiFi ସାମିଲ୍ ।

ପ୍ରାଇସ୍:
ଏହି ଫୋନ୍ ଦୁଇଟି କଲର ଅପ୍ସନରେ ଉପଲବ୍ଧ ଯାହା ହେଉଛି- ଡାର୍କ ବ୍ଲୁ ଏବଂ ଗୋଲ୍ଡେନ୍ ବିଗ୍ । ଏହି HMD ଫୋନର ସେଲ୍ ଜୁଲାଇ ୨୦ ରେ ଅନୁଷ୍ଠିତ ହେବ । ଏହା 4GB RAM + 64GB ଷ୍ଟୋରେଜ୍ ଏବଂ 4GB RAM + 128GB ଷ୍ଟୋରେଜରେ ଉପଲବ୍ଧ । ଫୋନର ପ୍ରାରମ୍ଭିକ ମୂଲ୍ୟ ୬,୫୪୧ ଟଙ୍କା । ଏହାର ଟପ୍ ଭାରିଆଣ୍ଟରମୂଲ୍ୟ ୮,୫୪୦ ଟଙ୍କା ରହିଛି । ଏଥିସହ ଯଦି ଆପଣ ମଧ୍ୟ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Leave a comment